• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲ୍‌ରେ ଯୁବତୀ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତ ଯୁବତୀ ବ୍ରହ୍ମଗିରି ଅଞ୍ଚଳର ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱରକୁ ଆସି ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ ।କିପରି ମୃତ୍ୟୁ ହୋଇଛି, ତାହା ଏବେବି ଅସ୍ପଷ୍ଟ ରହିଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନାଅନୁସାରେ, ଯୁବତୀ ଜଣଙ୍କ କମ୍ପାନୀ କାମରେ ନିଜର ସହକର୍ମୀଙ୍କ ସହ ଭୁବନେଶ୍ୱର ଆସିଥିଲେ। ହୋଟେଲର ଗୋଟିଏ ରୁମରେ ଯୁବତୀ ତାଙ୍କ ସହକର୍ମୀ ରହିଥିଲେ । ଆଜି ସକାଳେ ହୋଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଯୁବତୀଙ୍କ ସାଙ୍ଗରେ ଆସିଥିବା ସହକର୍ମୀଙ୍କର କୌଣସି ପତ୍ତା ମିଳୁନାହିଁ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି ।

ଅନ୍ୟପକ୍ଷରେ ଯୁବତୀଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ହୋଟେଲରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି । ଯୁବତୀଙ୍କୁ କିଏ ହତ୍ୟା କରିଛି ନା ଆଉ କିଛି କାରଣ ଅଛି ତା’ର କାରଣ ଜଣାପଡ଼ିନାହିଁ ।