• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେନା ମେଜର ଗୁରବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସହ ସେଦିନ ରାତିରେ କିଭଳି ଉତ୍ପାତ କରିଥିଲେ ରୋଡ୍ ରୋମିଓ । ବିଳମ୍ବିତ ରାତିରେ ଚନ୍ଦକା ଥାନା ଅଞ୍ଚଳରେ ଘଟିଥିବା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଯୁବକଙ୍କ ସହ ମେଜର ଓ ତାଙ୍କ ବନ୍ଧବୀଙ୍କ ମଧ୍ୟରେ କଥା କଟାକଟି, ଧସ୍ତାଧସ୍ତି ଓ ମାରପିଟ୍ ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ରୋଡ୍  ରୋମିଓ ମାନେ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହି ଘଟଣାକୁ ନେଇ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ମେଜର୍ ଗୁରବଂଶ ସିଂ ଏବଂ ତାଙ୍କ ବାନ୍ଧବୀ ।

ତେବେ ସେଠାରେ କିନ୍ତୁ ପୋଲିସ ପ୍ରଥମେ ଏତଲା ଦେବାକୁ କହିଥିଲା ବୋଲି ଅଭିଯୋଗ ହୋଇଛି । ରାଜଧାନୀ ରାଜରାସ୍ତାରେ ରୋଡ୍ ରୋମିଓଙ୍କ ଏଭଳି ଉପଦ୍ରବକୁ ନେଇ ଅଭିଯୋଗ ସତ୍ତ୍ୱେ, ପୋଲିସ ଘଟଣାକୁ ଗୁରୁତ୍ୱ ନଦେଇ ଏତଲାକୁ କିପରି ଗୁରୁତ୍ୱ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ଅନ୍ୟପଟେ ଆର୍ମି ମେଜର୍ ଏବଂ ବାନ୍ଧବୀଙ୍କୁ ଭରତପୁର ଥାନା ଭିତରେ ନିର୍ଯାତନା ଅଭିଯୋଗ ମାମଲାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଗତକାଲି ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଦିନ ତମାମ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିଥିବା ସୂଚନା ମିଳିଛି। ଏପଟେ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିଥିବା ୭ ଜଣଙ୍କୁ ପୋଲିସ ଧରିବା ସହ ଚନ୍ଦକା ଥାନାରେ ଅଟକ ରଖିଥିବା ବେଳେ ତାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିଛି। ସେମାନଙ୍କ ଠାରୁ ଏକାଧିକ ମୋବାଇଲକୁ ଜବତ କରିଛି କ୍ରାଇମବ୍ରାଞ୍ଚ। ଯେଉଁ ମୋବାଇଲରେ ସେଦିନର ଘଟଣା ସୁଟିଂ ହୋଇଛି। ଏହି ଘଟଣା ସହ ଜଡ଼ିତ ସମସ୍ତ ମୋବାଇଲର ସିଡିଆର ରିପୋର୍ଟ କ୍ରାଇମବ୍ରାଞ୍ଚ ମାଗିଛି।

ସେହିଭଳି ଭରତପୁର ଘଟଣା ଓ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ। ତା ସହ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ବିଜେଡିକୁ କଲେ ଟାର୍ଗେଟ୍ । କେଭି କହିଛନ୍ତି, ରାଜ୍ୟର ଆଇନ କାନୁନ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଯାହା ପଦକ୍ଷେପ ନିଆଯିବା କଥା ତାହା ନିଆଯାଇଛି। ଏ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେଭି। କହିଛନ୍ତି, ନବୀନ ପଟ୍ଟନାୟକ ପ୍ରଥମେ ନବ ଦାସ ଘଟଣାରେ କଣ କରିଲେ ତାହାର ଉତ୍ତର ରଖନ୍ତୁ। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ ଯେ, ଭରତପୁର ଘଟଣା ପ୍ରସଙ୍ଗରେ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନବୀନ କହିଥିଲେ ଯେ, ସରକାର ଏହି ମାମଲାରେ ତୁରନ୍ତ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ।

ସେପଟେ ଏହି ଘଟଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସୌମ୍ୟ କହିଛନ୍ତି, ଗୋଟିଏ ଘଟଣାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହି ହେବ ନାହିଁ। ୨୫ ବର୍ଷର ସରକାରର ଅବସାନ ପରେ ୧୦୦ଦିନର ସରକାର ସହିତ ତୁଳନା କରିବା ଠିକ ନୁହେଁ। ଏବେ ଯେଉଁ ବିଲକ୍ଷଣ ଦେଖାଯାଉଛି, ସେଥିରେ ପୁରୁଣା ସରକାରଙ୍କ ଛୁଙ୍କ ରହିଛି ବୋଲି କହିଛନ୍ତି ସୌମ୍ୟ। ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରି ମୂଲ୍ୟାୟନ କରିବା ଦରକାର।

ସେପଟେ ଯାହାକୁ ଖୋଜିଲେ ଦିନେ ମିଳୁ ନଥିଲେ,ସେମାନେ ଏବେ ଗାତରୁ ବାହାରି ସାମ୍ବାଦିକ ସମ୍ମିଳନୀ କରୁଛନ୍ତି ଓ ସରକାରଙ୍କୁ ଯେଉଁ ନିନ୍ଦା କରୁଛନ୍ତି ସେମାନେ ନିଜ ଅମଳର କଥା ଭୁଲି ଯାଉଛନ୍ତି ବୋଲି କହିଛନ୍ତି ସୌମ୍ୟ। 

OTV is now on Whatsapp

Join and get latest news update delivered to you via whatsapp

Join Now