/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688284817.jpg)
Chain Snatcher, Viral Video
ରାଜଧାନୀରେ ପୁଣି ମାତିଲେ ଲୁଟେରା। ବାଇକରେ ଆସି ଆଖି ପିଛୁଳାକେ ଝାମ୍ପି ନେଲେ ସୁନା ଅଳଙ୍କାର। ଲୁଟ ବେଳର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ବାଇକରେ ଆସି ମହିଳାଙ୍କ ବେକରୁ ଲୁଟେରା ଝାମ୍ପି ନେଲେ ସୁନା ଚେନ । ଏହା ଗୋଟିଏ ଘଟଣା ନୁହେଁ ଗତ ୨ ଦିନରେ ଦୁଇଟି ଘଟଣା ସାମ୍ନାକୁ ଆସିଲାଣି । ଗୋଟିଏ ଘଟଣା ବାଣୀବିହାର ଛକରେ ଘଟିଥିବା ବେଳେ ଅନ୍ୟ ଏକ ଘଟଣା ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଛି ।
Advertisment
ବାଣୀବିହାର ଛକରେ ମହିଳା ଜଣକ ସାମଗ୍ରୀ ଧରି ଚାଲି ଚାଲି ଯାଉଥିବା ବେଳେ ଲୁଟେରାଙ୍କ ଶିକାର ହେଉଛନ୍ତି । ସମାନ ଷ୍ଟାଇଲରେ ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିଲା ଲୁଟ । ଏଠି ବି ଲୋକ ଗହଳିରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି ଲୁଟେରା । ଉଭୟ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)