kumbha mela
କୁମ୍ଭମେଳା ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଛି। ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏଠାରେ ବୁଡ ମଧ୍ୟ ପକଇ ସାରିଲେଣି। ଟ୍ରେନରେ ଓ ବସରେ ଧକ୍କା ଖାଇ ଓ ଦୀର୍ଘ ବାଟ ଖାଲି ପାଦରେ ଚାଲି ମହିଳା ମାନେ କଷ୍ଟ ସହି କୁମ୍ଭରେ ବୁଡ ପକାଇବାକୁ ପହଞ୍ଚୁଛନ୍ତି। ଧାର୍ମିକ ଆସ୍ଥା ସହିତ ଯଦି ମହିଳା ବୁଡ ପକାଇବା ସମୟର ଭିଡିଓ କେହି ଉତ୍ତୋଳନ କରେ ତେବେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ଏମିତି କିଛି ଘଟଣା ଘଟିଛି କୁମ୍ଭ ମେଳାରେ। କେବଳ ଭିଡିଓ ଉତ୍ତୋଳନ କରାଯାଇଛି ତା ନୁହେଁ ଏହି ଭିଡିଓକୁ ଇଣ୍ଟରନେଟରେ ବିକ୍ରି ମଧ୍ୟ କରାଯାଉଛି।
ଅଧିକ ପଢ଼ନ୍ତୁ: ପୁଣି ଥରେ ମମତାଙ୍କ ହିନ୍ଦୁ ବିରୋଧୀ ଚେହେରା ସାମ୍ନାକୁ ଆସିଲା, ମହାକୁମ୍ଭକୁ କହିଲେ ମୃତ୍ୟୁ କୁମ୍ଭ
ଏହି ଭିଡିଓ ଗୁଡିକ ବିଭିନ୍ନ ସୋସିଆଲ ମିଡିଆ ଓ ଟେଲିଗ୍ରାମ ଭଳି ଚ୍ୟାନେଲରେ ବିକ୍ରି ହେଉଛି। ମୁଖ୍ୟତଃ ଭିଡିଓର ଟିଜର ବା ଏକ ଛୋଟ କ୍ଲିପକୁ ଶେୟାର କରାଯାଉଛି। ଏହା ସହିତ ପୁରା ଭିଡିଓ ପାଇଁ ପଇସା ମଗାଯାଉଛି। ଭିଡିଓ ପାଇଁ ୧୯୦୦ରୁ ୩୦୦୦ ଟଙ୍କା ଦାବି କରାଯାଉଛି। ଫେସବୁକ, ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଗୁଡିକ ଛାଇ ହୋଇ ରହିଛି।
ମହାକୁମ୍ଭ, ମହାକୁମ୍ଭ ପ୍ରୟାଗରାଜ ଭିଡିଓ ପରି ହାସଟ୍ୟାଗରେ ଏହି ଭିଡିଓ ଗୁଡିକ ଭାଇରାଲ ହେଉଛି। ଏପରିକି ଅନେକ ଭିଡିଓର ହାସଟ୍ୟାଗରେ କୁମ୍ଭ ମେଳା ରହିଥିଲେ ମଧ୍ୟ ଏହା ପୁରୁଣା ଭିଡିଓ ବୋଲି ଜଣାପଡିଛି। ନଦୀ କୂଳରେ ଗାଧୋଉଥିବା ମହିଳା ମାନଙ୍କ ଭିଡିଓ ରେକର୍ଡ କରି ପୋଷ୍ଟ କରାଯାଉଛି। ଏପରିକି କିଛି ବ୍ୟକ୍ତି ଏକ ଭିଡିଓ ପୁଲ ମଧ୍ୟ ସୃଷ୍ଟି କରିଛନ୍ତି।
କୁମ୍ଭ ପରି ଏକ ଧାର୍ମିକ ସ୍ଥଳରେ ଏଭଳି ମାନସିକତା ରଖୁଥିବା ଲୋକ ଆସୁଥିବା ବେଳେ ଏହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଟେଲିଗ୍ରାମରେ ଏକାଧିକ ଗ୍ରୁପ କରାଯାଇ ଭିଡିଓ ଗୁଡିକ ବିକ୍ରି କରାଯାଉଛି। ଫେବୃଆରୀ ୧୨ ରୁ ୧୮ ମଧ୍ୟରେ ଓପନ ବାଥିଂ ଭିଡିଓର ସର୍ଚ୍ଚ ବୃଦ୍ଧି ପାଇଥିବା ଜଣାପଡିଛି। ଏହି ଟେଲିଗ୍ରାମ ଗ୍ରୁପ ଗୁଡିକର ଖବର ବାହାରକୁ ଆସିବା ପରେ ଏହା ମଧ୍ୟରୁ କିଛି ଗ୍ରୁପ ଡିଲିଟ ମଧ୍ୟ ହୋଇ ସାରିଲାଣି। ଅନ୍ୟ ପକ୍ଷରେ ୟୁପି ପୋଲିସ ପକ୍ଷରୁ ଏହି ଅଶ୍ଲୀଳ ଭିଡିଓ ଗୁଡିକ ହଟାଇବା ପାଇଁ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାକୁ ଅନୁରୋଧ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740052859.jpg)