• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାରଗର୍ଲଙ୍କ ମୁହଁରେ ନିର୍ଯାତନାର କାହାଣୀ । ବାରରେ ଡ୍ୟାନ୍ସ ନୁହେଁ ବରଂ ଖରାପ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ପ୍ରତିବାଦ କଲେ ପାଉଣା ଦିଆଯାଉନଥିବା ଅଭିଯୋଗ କରିଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି ବାର ଗର୍ଲ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ଦୁଇଜଣ ବାରଗର୍ଲ। କ୍ୟାମେରା ଆଗରେ ବାରରେ ଦିଆଯାଉଥିବା ଅକଥନୀୟ ନିର୍ଯାତନାର ପୋଲ ଖୋଲିଛନ୍ତି ବାର୍ ଡ୍ୟାନସର ।

ସେମାନଙ୍କ କହିବାନୁଯାୟୀ, ତାଙ୍କୁ କେବଳ ବାର୍‌ରେ ଡ୍ୟାନ୍ସ କରିବା ପାଇଁ ଅଣାଯାଇଥିଲା । କିନ୍ତୁ ଏଠି ବାର୍‌ ମାଲିକ ଡ୍ୟାନ୍ସ ବ୍ୟତୀତ ଅନେକ କିଛି କରିବାକୁ ବାଧ୍ୟ କରୁଛନ୍ତି । ଯେମିତିକି ଗ୍ରାହକଙ୍କୁ ଖୁସି କରିବା କଥା କହୁଛନ୍ତି ଖୋଦ୍ ବାର୍‌ ମାଲିକ । ଗ୍ରାହକ ଯୁଆଡ଼େ ଡାକୁଛନ୍ତି ସିଆଡ଼େ ଯିବାକୁ, ବାର୍‌ ଡ୍ୟାନ୍ସରମାନଙ୍କୁ ବାଧ୍ୟ କରୁଛନ୍ତି ମାଲିକ । ଏମିତିକି ଉକ୍ତ ବାର୍‌ରେ ରୁମ୍‌ ବ୍ୟବସ୍ଥା ରହିଛି । ସେଠିକୁ ଯିବାକୁ ବି କହୁଛନ୍ତି ବାର ମାଲିକ । ଅର୍ଥାତ କହିବାକୁ ଗଲେ ଯୁବତୀଙ୍କୁ ବାର୍‌ଡ୍ୟାନ୍ସ ସହ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରୁଛନ୍ତି ।

ଦେହ ବ୍ୟବସାୟ ପାଇଁ ମନା କଲେ ବାର ମାଲିକ ଯୁବତୀଙ୍କୁ ମାଡ଼ ମାରୁଛନ୍ତି । ଠିକ୍ ସେମିତି ଜଣେ ଯୁବତୀ ବାର୍‌ ମାଲିକଙ୍କଠାରୁ ମାଡ଼ ଖାଇବା ପରେ ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ଗଣମାଧ୍ୟମ ଆଗରେ ପୁରା ବାର୍‌ର ପୋଲ ଖୋଲିଛନ୍ତି । ସେ ଆହୁରି କହିଛନ୍ତି ଉକ୍ତ ବାର୍‌ରେ ଏକ ବ୍ୟାଣ୍ଡ ପାର୍ଟି ରହିଛି, ଯେଉଁମାନଙ୍କ ମୁଖ୍ୟ କାମ ହେଲା, ଯୁବତୀଙ୍କୁ ଖରାପ କାମରେ ଲିପ୍ତ କରିବା । ସେମାନେ ବାହାରେ ବ୍ୟାଣ୍ଡ ପାର୍ଟି ବୋଲି ନିଜକୁ ପରିଚୟ ଦେଉଥିଲେ ବି ବାସ୍ତବରେ ତାଙ୍କ କାମ ସେୟା ନୁହେଁ ବୋଲି ଦୁଇ ଯୁବତୀ ଅଭିଯୋଗ କରିଛନ୍ତି ।

 

 

OTV is now on Whatsapp

Join and get latest news update delivered to you via whatsapp

Join Now