Advertisment

ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ରହସ୍ୟ, ସୋସିଆଲ ମିଡିଆ ମେସେଜ୍‌ ଚେକ୍‌ କରୁଛି ପୋଲିସ

ଭୁବନେଶ୍ୱରରେ ବାର୍ ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ା ଘର ଭିତରେ ବାର୍ ଡ୍ୟାନ୍ସରଙ୍କ ରକ୍ତାକ୍ତ ମୃତଦେହ ।

ଅଦ୍ୟତନ ହୋଇଛି
Bhubaneswar Bar Dancer Death

Bar Dancer Death

Advertisment

ରାଜଧାନୀରେ ବାର ଡ୍ୟାନସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଭଡ଼ା ଘରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଏହି ଘଟଣା ଘଟିଛି । ମୃତ ଯୁବତୀଙ୍କ ଘର ଚଣ୍ଡିଗଡ଼ରେ। କଟକ ରୋଡର ଏକ ଡ୍ୟାନ୍ସ ବାରରେ ସେ କାମ କରୁଥିଲେ । ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି ।

Advertisment

ଘଟଣାସ୍ଥଳରେ ଅଧିକ ଖୋଳତାଡ କରିଛି ପାହାଳ ଥାନା ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ହେଲା ? ତାଙ୍କର ମୋବାଇଲ୍ ଫୋନ୍, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରାଯାଉଛି । ପାରିପାର୍ଶ୍ୱିକ ସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରୁଛି ପାହାଳ ଥାନା ପୋଲିସ।

ଅଧିକ ପଢ଼ନ୍ତୁ: ଝିଅର ବୟସ ମାତ୍ର ୧୫ ! ବାପାକୁ ମାରିଲା, ଭାଇକୁ ମାରିଲା.. ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା....

Advertisment

ସେପଟେ ନୟାଗଡ଼ରେ ମଧ୍ୟ ଘର ଭିତରୁ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଇଟାମାଟି ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ୮୦ ଲକ୍ଷ ଟଙ୍କାର କାର୍‌ କିଣିବାକୁ ମନ ବଳାଇଲେ ଜ୍ୱାଇଁ। ଏଥିପାଇଁ ଶ୍ୱଶୁରଙ୍କଠାରୁ ଟଙ୍କା ଆଣିବାକୁ ପତ୍ନୀଙ୍କ ଉପରେ ପକାଉଥିଲେ ଚାପ । ମାତ୍ର ଟଙ୍କା ନ ମିଳିବାରୁ ପାଲଟିଗଲେ ରାକ୍ଷାସ । ଆଉ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ପିଟି ପିଟି ମାରିଦେଲେ। ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଫ୍ୟାନରେ ଏକ କପଡ଼ା ଝୁଲାଇଥିବା ବେଳେ ମୃତଦେହ ତଳେ ପଡ଼ିଥିଲା । ନୃଶଂସ ପିତାଙ୍କ ଏପରି ନାରକୀୟ କାଣ୍ଡ ୪ ବର୍ଷର ପୁଅ ଦେଖି ଦେଇଛି। ବାପା ସମେତ ପରିବାରର ଅନ୍ୟମାନେ ମା’କୁ ପିଟି ପିଟି ମାରି ଦେଇଥିବା କୁନି ପିଲାଟି ବଖାଣିଛି। 

ଏପରି ଏକ ଲୋମଟାଙ୍କୁରା ଘଟଣା ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଘଟିଛି। ପୋଲିସ୍‌ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି। ମୃତ ଶିକ୍ଷୟିତ୍ରୀଜଣକ ହେଉଛନ୍ତି ପଦ୍ମିନୀ ପ୍ରଧାନ l ।

Advertisment

ପଦ୍ମିନୀ ୯ ବର୍ଷ ପୂର୍ବେ ଚମ୍ପତିପୁର ଗାଁର ତପନ ସ୍ୱାଇଁଙ୍କୁ ବିବାହ କରିଥିଲେ। ସେ ଓଡଗାଁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସ୍ୱାମୀ ଇଟାମାଟି କଲେଜରେ କ୍ଲର୍କ ଥିଲେ। ଉଭୟଙ୍କ ବୈବାହିକ ଜୀବନ ବେଶ୍‌ ଭଲ ଭାବେ କଟୁଥିବା ବେଳେ ୪ ବର୍ଷର ଏକ ପୁଅ ଥିଲା ।

ଅଧିକ ପଢ଼ନ୍ତୁ: କି ନୃଶଂସ ! ବିନା କାରଣରେ... ଜଣକ ପରେ ଜଣେ ଆତ୍ମୀୟଙ୍କୁ ଟାଙ୍ଗିଆରେ ହାଣି ଜୀବନ ନେଲା

Crime In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ