Advertisment

Bangladeshi Woman Linked To Sex Trafficking Network: ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ? ରାଜଧାନୀରେ ବୁଲୁଛି ମାଳ ମାଳ ଯୁବତୀଙ୍କ ଫଟୋ

ଟୁଇନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ ? ଦେହ ବ୍ୟବସାୟ ପାଇଁ କଟକ ଓ ଭୁବନେଶ୍ବରକୁ ଭୂସ୍ବର୍ଗ ଭାବେ ଧରିନେଲେଣି କି ବାଂଲା ସୁନ୍ଦରୀ ?

undefined

Bangladeshi Woman Linked To Sex Trafficking Network

Advertisment

କଟକ ଆଉ ଭୁବନେଶ୍ବରରେ ଆଡ୍ଡା ଜମାଇ ଟୁଇନ ସିଟିର ସେକ୍ସ କାରବାରକୁ କବଜା କରି ନେଲେଣି କି ବାଂଲାଦେଶୀ ଯୁବତୀ ? ନିକଟରେ କଟକରୁ ଜଣେ ସନ୍ଦିଗ୍ଧ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। ଏ ଘଟଣାରେ କଟକରେ ଏକ ଦମ୍ପତ୍ତି ପୋଲିସ ଉଠାଇ ନେଇ ଜେରା କିଛି । ସେପଟେ ଭୁବନେଶ୍ବରରେ ବି ଦଲାଲଙ୍କ ଜରିଆରେ ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ ବୁଲୁଥିବାରୁ, କେଉଁଠି ଏ ବେଆଇନ୍ କାରବାର ଚାଲିଛି, ସେଭଳି ଠିକଣା ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। 

Advertisment

ଟୁଇନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ ? ଦେହ ବ୍ୟବସାୟ ପାଇଁ କଟକ ଓ ଭୁବନେଶ୍ବରକୁ ଭୂସ୍ବର୍ଗ ଭାବେ ଧରିନେଲେଣି କି ବାଂଲା ସୁନ୍ଦରୀ ? କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ନାବାଳିକା ଉଦ୍ଧାର ଘଟଣା ଓ ତାଙ୍କୁ ଦେହଜୀବୀ ଭାବେ କାମରେ ଲଗାଇଯାଇଥିବା ନେଇ କଟକ ଶିଶୁ ମଙ୍ଗଳ କମିଶନଙ୍କ ରିପୋର୍ଟ ପରେ ଏବେ ଦ୍ବୈତନଗରୀରେ ବାଂଲଦେଶୀ ସେକ୍ସ ରାକଟେକୁ ନେଇ ଚର୍ଚ୍ଚା। ନାବାଳିକାଙ୍କ ବୟାନ ଆଧାରର CWC ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ତାକୁ ନେଇ ଖେଳିଛି ଚାଞ୍ଚଲ୍ୟ। 

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ଛଦ୍ମବେଶରେ ବୁଲୁଥିଲା; ୧୨ ବର୍ଷ ପରେ ବାନ୍ଧିଲା ପୋଲିସ

Advertisment

 

ନାବାଳିକା ଜଣକ କହିଛନ୍ତି, ତାଙ୍କ ଘର ବାଂଲାଦେଶରେ। ପରିବାରରେ ଆର୍ଥିକ ବୋଝରୁ ମୁକୁଳିବାକୁ ଚାକିରି ଖୋଜୁଥିବା ବେଳେ ସେଠାକାର ଦୁଇ ଜଣ ବ୍ୟକ୍ତିଙ୍କ ସହାୟତାରେ ପ୍ରଥମେ କୋଲାକାତା, ଆଉ ତାପରେ ପହଞ୍ଚିଥିଲେ ଭୁବନେଶ୍ବର । ଭୁବନେଶ୍ବରରେ ତାଙ୍କୁ ଏକ ମସାଜ୍ ପାର୍ଲରରେ କାମ ମିଳିଥିଲା । ପରେ ତାଙ୍କୁ ସେକ୍ସ ୱାର୍କର ଭାବେ ନିୟୋଜିତ କରାଯାଇଥିଲା। ସେଠାରୁ ତାଙ୍କୁ କଟକ ନେଇ ଶୋଷଣ କରାଯିବା ଭିତରେ ତାଙ୍କୁ ଉଦ୍ଧାର କରିଥିଲା ପୋଲିସ। ନାବାଳିକାଙ୍କ ଏ ବୟାନ ଆଧାରରେ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାରେ ପୋଲିସ୍ ଆଜି ଏକ ଦମ୍ପତିଙ୍କୁ ଉଠାଇ ଆଣି ପଚାରାଉଚରା କରୁଥିବା ସୂଚନା ମିଳିଛି।

ରାଜଧାନୀ ଭୁବନେଶ୍ବର ସହ ଲିଙ୍କ୍  ଥାଇ କଟକରୁ ସନ୍ଦିଗ୍ଧ ବାଲାଂଦେଶୀ ନାବାଳିକା ଉଦ୍ଧାର ପରେ ଖୋଲିବାରେ ଲାଗିଛି ସ୍ମାର୍ଟ ସିଟିରେ ଚାଲିଥିବା ବାଂଲାଦେଶୀ ସେକ୍ ରାକେଟର ଗୁମର । ବହୁ ବାଂଲାଦେଶୀ ଯୁବତୀ ସେକ୍ସ ୱାର୍କର ଭାବେ ସକ୍ରିୟ ଥିବା କୁହାଯାଉଛି। ଯାହାର ପ୍ରମାଣ ଦେଉଛି ଦଲାଲଙ୍କଠାରୁ ମିଳିଥିବା ଯୁବତୀଙ୍କ ଫଟୋ। କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ। କିଛି ହୋଟେଲ, ଆପାର୍ଟମେଣ୍ଟ, ପାର୍ଲରରେ ଏମାନଙ୍କୁ ରଖି ଲୁଚାଚୋରାରେ ରାକେଟ୍ ଚଳାଉଛନ୍ତି ଦଲାଲ ଓ ଅସାଧୁ ବ୍ୟକ୍ତି। ଯାହାର ପ୍ରମାଣ ଦେଉଛି ଯୁବତୀଙ୍କ ବୟାନ। 

Advertisment

କଟକରୁ ନାବାଳିକା ଉଦ୍ଧାର, ଭୁବନେଶ୍ବରେ ବାଂଲାଦେଶୀ ଯୁବତୀଙ୍କ ଭେରାଇଟି ଫଟୋ ବୁଲିବା ଆଉ ଏଠି ଏମାନେ ସକ୍ରିୟ ସେକ୍ସ ରାକେଟ୍ ଚଳାଇଥିବା କଥା ସାମ୍ନାକୁ ଆସିବା ପରେ ରାଜଧାନୀରେ ଆଲର୍ଟ ମୋଡକୁ ଆସିଛି କମିଶନରେଟ୍ ପୋଲିସ। ଡିସିପି କହିଛନ୍ତି କେଉଁ ଦଲାଲ ବାଂଲାଦେଶୀ ଯୁବତୀଙ୍କୁ ରଖି ଅନୈତିକ କାର୍ଯ୍ୟ କରାଉଛନ୍ତି ତାର ଖୋଳତାଡ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ; ୮ ବହିଷ୍କାର, ୨୦ ନିଲମ୍ବିତ

 

Cuttack Investigation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ