Advertisment

ଲେଡି କିଲର ସୁଙ୍କି... ରାଗିଗଲେ ମାରୁଛି ମଣିଷ !

ବାଲିଅନ୍ତା ହୋଟେଲ ବ୍ୟବସାୟୀଙ୍କୁ ଲେଡି କେୟାରଟେକର କଲା ହତ୍ୟା । ହତ୍ୟାକାଣ୍ଡର ଗୁମର ଖୋଲିଲା କମିଶନରେଟ୍ ପୋଲିସ ।

author-image
Satyendu Shekher Mishra
undefined

Lady Killer

ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କିଛି ସମୟ ପାଇଁ ଆପଣ ସ୍ତବ୍ଧ ହୋଇଯିବେ । ଦେଖିବାକୁ ଜଣେ ସାଧାରଣ ମହିଳା । ଚେହେରା ଦେଖିଲେ ଆପଣ କେବେ କଳନା ବି କରିପାରିବେ ନାହିଁ ଯେ, ସେ କେତେ ନୃଶଂସ । ଯିଏ କି ଦୁଇ ଦୁଇ ଥର ମଣିଷ ମାରିଛି । ଦିନେ ନିଜ ଯାଆକୁ ହତ୍ୟା କରିଥିଲା । ଆଉ ଏବେ ଜଣେ ପୁରୁଷ ରକ୍ତରେ ଖେଳିଛି ହୋଲି ।

Advertisment

ସେ ହେଉଛି ସୁଙ୍କି ରାଣା। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହୋଟେଲ୍ ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଅବୈଧ ସଂପର୍କ ସହ ଅତ୍ୟଧିକ କ୍ରୋଧରୁ ବିଶ୍ୱଜିତକୁ ମାରିଥିବା ସ୍ୱୀକାର କରିଛି ପୋଲିସ ଆଗରେ । ବିଶ୍ୱଜିତଙ୍କ ଘରେ କେୟାର ଟେକର୍ ଭାବେ କାମ କରୁଥିଲା ସୁଙ୍କି। ମଝିରେ ମଝିରେ ପୁରୀସ୍ଥିତ ଏକ ଆଶ୍ରମକୁ ଯାଉଥିଲା ସେ । ଏଥିରେ ପ୍ରତିବନ୍ଧକ ଲଗାଇବାରୁ ଏବଂ ଅବୈଧ ସଂପର୍କ ରଖିବା ପାଇଁ ବାଧ୍ୟ କରିବାରୁ ହଠାତ ଉତ୍ତ୍ୟକ୍ତ ହୋଇ ଗତ ୧୪ ତାରିଖରେ ବିଶ୍ୱଜିତଙ୍କୁ ହତ୍ୟା କରିଥିଲା ସୁଙ୍କି। କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରି ସୁଙ୍କି ବିଶ୍ୱଜିତଙ୍କ ପ୍ରାଣ ନେଇଥିବା କହିଛି ପୋଲିସ। 

ସୁଙ୍କି ରାଣା। ବୟସ ୩୬ ବର୍ଷ। ମୂଳତଃ ଝାରସୁଗୁଡ଼ା ବାସିନ୍ଦା। ପୋଲିସର କହିବା କଥା, ୨୦୦୫ରେ ଦିଅର ସହ ଅନୈତିକ ସଂପର୍କ ରଖିବାବେଳେ ଯାଆ ଦେଖିଦେଇଥିବାରୁ ଯାଆକୁ ହତ୍ୟା କରି ଜେଲ୍ ଯାଇଥିଲା ସୁଙ୍କି। ଆଉ କାଟିଥିଲା ୧୨ ବର୍ଷର ସଜା। ଜେଲରୁ ମୁକୁଳି ନିଜର ଅପରାଧ ପାଇଁ ଅନୁତାପ କରିବା ସହ ପୁରୀ ସ୍ଥିତ ଏକ ଆଶ୍ରମରେ ରହୁଥିଲା।

Advertisment

ଯେଉଁ ଆଶ୍ରମକୁ ମଝିରେ ମଝିରେ ଯାଉଥିଲେ ବ୍ୟବସାୟୀ ବିଶ୍ୱଜିତଙ୍କ ମା’। ସେଠାରେ ଚିହ୍ନା ପରିଚିତ ହେବା ପରେ ସୁଙ୍କିକୁ ଘରକୁ ଆଣି ବିଶ୍ୱଜିତର କେୟାର ଟେକର୍ ଭାବେ ଘରେ ନିୟୋଜିତ କରିଥିଲେ। ସୁଙ୍କୀ କିନ୍ତୁ ଆଶ୍ରମ ଯିବାକୁ ଜିଦ୍ ଧରିବାରୁ ବିଶ୍ୱଜିତ୍ ତାକୁ ଛାଡ଼ୁନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିବାରୁ ବିଶ୍ୱଜିତଙ୍କୁ ହତ୍ୟା କରିବା ପରେ ସଂଧ୍ୟା ବେଳେ ଆଶ୍ରମକୁ ଯାଇ ଆତ୍ମଗୋପନ କରିଥିଲା ସୁଙ୍କି । ଶେଷରେ ଘଟଣାର ଖୋଳତାଡ଼ କରି ସୁଙ୍କିକୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ। 

ଜଣେ ମହିଳା ହୋଇ ବି ଦୁଇ ଦୁଇଟି ମୁଣ୍ଡ ଗଡ଼ାଇଦେଲା ସୁଙ୍କି। ସୁଙ୍କି ଭଳି ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଭିଆଇଛନ୍ତି ବହୁ ଲୋମଟାଙ୍କୁରା ଅପରାଧ । ୨୦୨୧ ସେପଟେମ୍ବର । ଭୁବନେଶ୍ୱର ଡମଣା ଅଞ୍ଚଳରେ ସ୍ୱାମୀକୁ ହତ୍ୟା କରିଥିଲା ପତ୍ନୀ । ୨୦୨୨ ଡିସେମ୍ବର । ପ୍ରେମ ରାସ୍ତାରେ କଣ୍ଟା ସାଜିଲା ବୋଲି ପ୍ରେମିକ ସହ ମିଶି ମୟୁରଭଞ୍ଜ ବିଶୋଇ ଅଞ୍ଚଳରେ ସ୍ୱାମୀର ତଣ୍ଟି କାଟିଥିଲା ସ୍ତ୍ରୀ । କିଛି ଦିନ ତଳେ ଗୋଆରେ ନିଜ ୪ ବର୍ଷର ପୁଅକୁ ହତ୍ୟା ପରେ ଜଣେ ଲେଡି CEO ପ୍ରମାଣ ନଷ୍ଟ ପାଇଁ କିଭଳି ଷଡ଼ଯନ୍ତ୍ର ରଚିଥିଲା, ତାହା ଦେଖିଥିଲା ସାରା ଦେଶ ।

Advertisment
Advertisment