/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726930841.jpg)
Road Romeo
ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଗିରଫ ସମସ୍ତ ୭ ରୋଡ୍ ରୋମିଓଙ୍କୁ ମିଳିଲା ଜାମିନ୍ । ଭୁବନେଶ୍ବର JMFC କୋର୍ଟରୁ ଜାମିନ୍ ମିଳିଛି। ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ମିଳିଲା ବେଲ୍ । ୧୫ ତାରିଖ ରାତି ୨ଟାରେ ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଝମେଲା କରିଥିଲେ ୭ ଜଣ । ଗାଡ଼ି ଅଟକାଇ ଗାଳି ଗୁଲଜ ସହ ଯୁବତୀଙ୍କୁ ପିଟିଥିବା ଅଭିଯୋଗ ଥିଲା। ଏହାପରେ ସେମାନଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।
ସୂଚନା ଅନୁସାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଆଜି ୭ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ଚନ୍ଦକା ଥାନା ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏଡିସିପି କୃଷ୍ଣପ୍ରସାଦ ଦାସ ପ୍ରେସମିଟ୍ କରି ସୂଚନା ଦେଇଥିଲେ । ୭ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୧ଟି ମୋବାଇଲ, ଗୋଟିଏ ଗାଡ଼ି ଜବତ କରିଥିଲା ପୋଲିସ । ମେଜର ଓ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ ଏମାନେ ୧୫ ତାରିଖ ରାତି ୨ଟାରେ ରାସ୍ତାରେ ଗଣ୍ଡଗୋଳ କରିଥିଲେ ।
ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଗିରଫ ସମସ୍ତ ୭ ରୋଡ୍ ରୋମିଓଙ୍କୁ ମିଳିଲା ଜାମିନ୍ । ଭୁବନେଶ୍ବର JMFC କୋର୍ଟରୁ ଜାମିନ୍ ମିଳିଛି। ଗିରଫର ପ୍ରାୟ ୪ ଘଣ୍ଟା ମଧ୍ୟରେ ମିଳିଲା ବେଲ୍।#CommissioneratePolice#JMFC#RoadRomeo#OTVpic.twitter.com/tmrmkdeAsT
— ଓଟିଭି (@otvkhabar) September 21, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)