/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724481491.jpg)
Assam gang-rape accused drowns in pond
କୋଲକତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଏବେ ଚାରିଆଡେ ଅସନ୍ତୋଷ ଲାଗିଗହିଛି। ଏହି ଘଟଣାର ସମାଧାନ ନହେଉଣୁ ଆସାମ ଢିଙ୍ଗ ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜନୀତି ଜୋର୍ ଧରିଛି। ଏହାରି ଭିତରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତାପଜୁଲ ଇସ୍ଲାମର ମୃତ୍ୟୁ ହୋଇଥିବା ଜଣାପଡିଛି। ସିନ୍ ରିକ୍ରିଏଟ୍ ବେଳେ ପୋଖରୀକୁ ଡେଇଁ ତାପଜୁଲର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି।
ସୂଚନା ଅନୁସାରେ, ଆସାମର ଜଣେ ୧୪ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଟ୍ୟୁସନରୁ ଫେରିବା ବାଟରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ପୀଡିତା। ପୋଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତାପଜୁଲ ଇସ୍ଲାମକୁ ଗିରଫ କରିଥିଲା। ଅଧିକ ତଦନ୍ତ ପାଇଁ ପୋଲିସ ତାକୁ କ୍ରାଇମସ୍ପଟକୁ ନେଉଥିଲା।କ୍ରାଇମ୍ସିନ୍ ରିକ୍ରିଏଟ୍ ବେଳେ ଅଭିଯୁକ୍ତ ତାପଜୁଲ ଫେରାର୍ ହେବାକୁ ଉଦ୍ୟମ କରି ପୋଖରୀକୁ ଡେଇଁପଡ଼ିଥିଲା ।
ଆଜି ଭୋଟ୍ ପ୍ରାୟ ସାଢେ ୩ଟା ବେଳେ ଏହି ଘଟଣା ଘଟିଛି। ପୋଲିସର ସୂଚନା ଅନୁଯାୟୀ ତାପଜୁଲ ଇସ୍ଲାମକୁ କ୍ରାଇମ୍ ସ୍ପଟ୍କୁ ଯିବା ବେଳେ ଫେରାର୍ ହେବାକୁ ଉଦ୍ୟମ କରିଥିଲା ।ଏହାପରେ ନିକଟରେ ଥିବା ଏକ ପୋଖରୀକୁ ଡେଇଁପଡ଼ିଥିଲା। ପ୍ରାୟ ୨ ଘଣ୍ଟା ରେସକ୍ୟୁ ଅପରେସନ ପରେ ତାପଜୁଲର ମୃତଦେହ ଉଦ୍ଧାର କରାଯାଇଛି। ପାଣିରେ ବୁଡ଼ି ପ୍ରାଣ ହରାଇଥିବା ପୋଲିସ ସ୍ପଷ୍ଟ କରିଛି।
#WATCH | The body of the prime accused of the Dhing gang rape incident in Assam's Nagaon district, Tafazul Islam recovered from a pond. The police had earlier arrested him in connection with the case.
"When a police team took him last night to the spot for investigation where… pic.twitter.com/ow29EJ37j7
— ANI (@ANI) August 24, 2024
ଢିଙ୍ଗ ଗଣଦୁଷ୍କର୍ମ ମାମଲାରେ ବହୁ ଛାନଭିନ ପରେ ଶୁକ୍ରବାର ଦିନ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଜଣେ ପୋଲିସ ଅଧିକାରୀ କହିଛନ୍ତି, ଗୁରୁବାର ସଂଧ୍ୟାରେ ଛାତ୍ରୀ ଜଣଙ୍କ ଟ୍ୟୁସନରୁ ଫେରୁଥିବା ବେଳେ ତାଙ୍କ ସହିତ ଗୁଣଦୁଷ୍କର୍ମ ହୋଇଥିଲା । ସ୍ଥାନୀୟ ଲୋକ ନାବାଳିକାକୁ ରାସ୍ତା କଡରେ ବେହୋସ୍ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତାଙ୍କୁ ଉଦ୍ଧାର ହସ୍ପିଟାଲରେ ଭର୍ତ୍ତି କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)