Archan Nag
କୋର୍ଟରେ ସିଧାସଳଖ ହାଜର ହୋଇଛନ୍ତି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ । କୋର୍ଟକୁ ଗଲା ବେଳେ ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନା ନାଗ । ‘ମିଛ ଖବର ପ୍ରସାରଣ ନକରିବାକୁ କହିଲେ ଅର୍ଚ୍ଚନା । କିଛି ତଥ୍ୟ ପ୍ରମାଣ ନଥାଇ ଖବର ପ୍ରସାରଣ ନକରିବାକୁ କହିଲେ । ସମୟ ଆସିଲେ ସବୁ କହିବି । ନିଶ୍ଚୟ କହିବି ।’ ସେ ଆଉ କିଛି ଅଧିକ କହିବା ପୂର୍ବରୁ ପୋଲିସ ତାଙ୍କୁ ନେଇଗଲା । ଭୁବନେଶ୍ୱର ଝାରପଡ଼ା ଜେଲ୍ରୁ ତାଙ୍କୁ କଡ଼ା ସୁରକ୍ଷାରେ ଆଣି ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଛି । ଗିରଫ ପରେ ପ୍ରଥମ ଥର ପାଇଁ ଦେଖାଦେଲେ ଅର୍ଚ୍ଚନା । କୋର୍ଟରେ ସେ ଜାମିନ ଆବେଦନ କରିଛନ୍ତି । ଅପରାହ୍ନ ୪ଟାରେ ଏନେଇ ଶୁଣାଣି ହେବ ।
ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲ୍ ଅଭିଯୋଗ ମାମଲାରେ ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯାଇଛି । ଆଉ ଭିଡିଓ କନ୍ଫରେନ୍ସିଂ ନୁହେଁ ବରଂ ସିଧାସଳଖ ଭୁବନେଶ୍ୱର SDJMଙ୍କ କୋର୍ଟରେ ଅର୍ଚ୍ଚନାକୁ ହାଜର କର ବୋଲି କୁହାଯାଇଥିଲା ।
ପ୍ରଥମେ ଜଣେ ଯୁବତୀଙ୍କୁ ମୋହରା ବନାଇ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ସୁଟ୍ କରିବା ସହ ୩ କୋଟି ଟଙ୍କା ମାଗିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ।
ଅର୍ଚ୍ଚନାଙ୍କୁ ଦେଖିବା ପାଇଁ ଝାରପଡା ଜେଲ ସାମ୍ନାରେ ପ୍ରବଳ ଭିଡ#Odisha#ArchanaNag#OTVpic.twitter.com/srZZOnB3Dw
— ଓଟିଭି (@otvkhabar) October 26, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Archan_Nag_1666778419.jpg)