• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟ ଝଟକା । ଓକିଲ ଜରିଆରେ କୋର୍ଟରେ ହାଜର ଆବେଦନକୁ ଖାରଜ କରିଛନ୍ତି ଇକୋର୍ଟହା । ଶ୍ରଦ୍ଧାଞ୍ଜଳିଙ୍କ ଆବେଦନ ଖାରଜ ସହ ସିବିଆଇ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଶ୍ରଦ୍ଧାଞ୍ଜଳିଙ୍କୁ ସିବିଆଇ କୋର୍ଟଙ୍କ ସମନ ସତ୍ତ୍ୱେ ସେ ହାଜର ହେଉନଥିଲେ ।

ଏ ନେଇ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନବିଡବ୍ଲୁ ମଧ୍ୟ ଜାରି କରିଛନ୍ତି ସିବିଆଇ କୋର୍ଟ । ଓକିଲ ଜରିଆରେ ହାଜର ପାଇଁ କୋର୍ଟରେ ଅପିଲ କରିଥିଲେ ଶ୍ରଦ୍ଧାଞ୍ଜଳି । ତେବେ ତଳ କୋର୍ଟ ଆବେଦନ ଖାରଜ କରିବାରୁ ସେ ହାଇକୋର୍ଟ ଯାଇଥିଲେ ।

ସୂଚନାଯୋଗ୍ୟ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ବ୍ଲାକମେଲ କରି ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ନିଜର ବିଶାଳ ସାମ୍ରାଜ୍ୟ ଛିଡ଼ା କରିଥିଲେ । ଏହି ହାଇ ପ୍ରୋଫାଇଲ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଜେଲ୍‌ରେ ଥିବା ବେଳେ ସେମାନଙ୍କ ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳି ଏବେ ବି ବାହାରେ ଅଛନ୍ତି । ତେଣୁ ଜେଲ୍‌ର ଚାରି କାନ୍ଥ ଭିତରେ ପଶିବେ ନା ଆଇନ ଆଖିରେ ଧୂଳି ଦେଇ ଖସିଯିବେ ତାହା ଉପରେ ସମସ୍ତଙ୍କ ନଜର ।