/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666359433.jpg)
Archana Nag
ଡାଏରୀ ଖୋଲିବ କି ଗୁମର ? ପୋଲିସ ହାତରେ ଲାଗିଛି ଜଗବନ୍ଧୁ ଚାନ୍ଦର ଡାଏରୀ। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ କୋର୍ଟ ଚାଲାଣ କରାଯାଇଛି। ଅର୍ଚ୍ଚନା ନାଗ ମାମଲାରେ ଭୁବନେଶ୍ୱର ଡିସିପିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି- ମାମଲାରେ ଯାହାର ବି ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ। ୬ରେ ଅର୍ଚ୍ଚନା ଗିରଫ ପରେ ଆଜି ଜଗବନ୍ଧୁଙ୍କୁ ଗିରଫ କରାଯାଇଛି। ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାଁରେ ବି ସମାନ ଅଭିଯୋଗ ରହିଥିଲା। ପୀଡ଼ିତାକୁ ଡରାଇବା, ବ୍ଲାକମେଲିଂ, ଦାଦାବଟି ଅଭିଯୋଗ ଥିଲା। ଫଟୋ ଭାଇରାଲ କରିବା ନେଇ ବି ଅଭିଯୋଗ ରହିଥିଲା।
ଡିସିପି ଆହୁରି କହିଛନ୍ତି ଯେ ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ପରେ ତାଙ୍କୁ ଗିରଫ କରାଯାଇଛି। ଘଟଣାରେ ଯାହାର ବି ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ। ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ ହୋଇଛି। ଆବଶ୍ୟକ ହେଲେ ଉଭୟଙ୍କୁ ରିମାଣ୍ଡରେ ଆଣିବୁ ବୋଲି ଡିସିପି କହିଛନ୍ତି।
ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି। ଉଭୟଙ୍କ ଆକାଉଣ୍ଟ ଟ୍ରାନଜାକ୍ସନର ତଥ୍ୟ RBIକୁ ମାଗାଯାଇଥିଲା। ସେମାନେ କେଉଁଠୁ ଟଙ୍କା ଆଣୁଥିଲେ, କାହାକୁ ଦେଉଥିଲେ ସେସବୁର ତଦନ୍ତ ଚାଲିଛି ଏବଂ ଆଗକୁ ଏହା ଅଧିକ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି। ସେପଟେ ଗିରଫ ପରେ ଜଗବନ୍ଧୁର ଜାମିନ୍ ଆବେଦନ ଖାରଜ ହେବାରୁ ତାକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ଫାଶରେ ଯେତିକି ଫସିଛନ୍ତି, ତା ଭିତରେ ଅଛନ୍ତି ୨୫ରୁ ଅଧିକ ନେତା। ଆଉ ଯେଉଁ ୧୮ ବିଧାୟକ ଅଛନ୍ତି, ସେଥିରୁ ଅଧିକାଂଶ ବିଜେଡିର ବୋଲି ଚର୍ଚ୍ଚା ହେଉଛି। ଅର୍ଚ୍ଚନା-ଜଗବନ୍ଧୁ ଉଭୟେ ନିଜକୁ ବିଜେଡ଼ି ସଦସ୍ୟ ବୋଲି ବି ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଦର୍ଶାଇଛନ୍ତି। ତେଣେ କଳାହାଣ୍ଡିରୁ କ୍ୟାପିଟାଲ୍ ଯାଏଁ ଲମ୍ବିଥିବା ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ବୋଲି ଚର୍ଚ୍ଚା ହେଉଥିବା ଏହି ମାମଲାରେ ପୋଲିସ ତଦନ୍ତର ଗତିକୁ ନେଇ ହୁଲସ୍ତୁଲ୍ ରାଜ୍ୟ ରାଜନୀତି।
ତୁରନ୍ତ ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ନିରପେକ୍ଷ ତଦନ୍ତ ଦାବିରେ କଳାହାଣ୍ଡି ଓ କୋରାପୁଟରେ ଯୁବ କଂଗ୍ରେସ ଏସପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ କାଲି ସିପିଙ୍କ ଅଫିସ ସାମ୍ନାରେ ଧାରଣା ଦେବ ରାଜ୍ୟ ବିଜେପି। ସେପଟେ ଆଇନ ତା ବାଟରେ ଯିବ କହି ପ୍ରସଙ୍ଗକୁ ଏଡ଼ାଇଯାଇଛି ବିଜେଡି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)