• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁଆଡ଼େ ଗଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଦାମୀ ଏଣ୍ଡଭର କାର ? ଏହାକୁ କିଏ ଓ କେଉଁଠି ଲୁଚେଇ ରଖିଛି ? ଅର୍ଚ୍ଚନା ଗିରଫ ହେବା ପରଠୁ ଏହି କାର୍ ସମ୍ପର୍କରେ କିଛି ବି ସୂଚନା ମିଳୁନଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନାଙ୍କ ଏହି କାରକୁ ଖୋଜିବାକୁ ଯୋଜନା ପ୍ରସ୍ତୁତ କରିଛି । NHAIକୁ ଏହି କାର୍‌ର ଗତିବିଧି ସମ୍ପର୍କରେ ତଥ୍ୟ ବି ମଗାଯାଇଛି ।

କାର କିଣିବା ବେଳେ ଡିଲରଙ୍କୁ ୩୩ ଲକ୍ଷ ଟଙ୍କା ନଗଦ କ୍ୟାସ ଦିଆଯାଇଥିବା ଇଡି ସୂଚନା ପାଇଛି । ଏତେ ଟଙ୍କା ଅର୍ଚ୍ଚନାଙ୍କ ନିକଟକୁ କେଉଁଠୁ ଏବଂ କେମିତି ଆସିଲା ତାର ବି ଖୋଳତାଡ଼ କରାଯାଉଛି । ସେପଟେ କାରକୁ ଜାଣିଶୁଣି କେହି ଲୁଚାଇବାରେ ସହଯୋଗ କରୁଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି ଇଡି ।

ସେପଟେ ଏବେ ବି ଅର୍ଚ୍ଚନାଙ୍କ ମହିଳା ସହଯୋଗୀଙ୍କ ସମ୍ପର୍କରେ କିଛି ଟେର ମିଳିନି । ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ଅଭିଯୁକ୍ତ ଥିବା ଯୁବତୀଙ୍କ ଘରକୁ ଯାଇ ତଦନ୍ତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ ତାଙ୍କ ସମ୍ପର୍କରେ ବି ସୂଚନା ମିଳିପାରିନି । ଅପରପକ୍ଷେ, ନାଗ ଦମ୍ପତିଙ୍କ ସହଯୋଗୀ ଖଗେଶ୍ୱରର ରିମାଣ୍ଡ ସରି ଆସୁଥିବା ବେଳେ ଇଡି ତାଠୁ ଅଧିକ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି ।