• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 

 ଜାମିନ ମାଗିଲେ ଅର୍ଚ୍ଚନା । ଭିଆଇପିମାନଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ଜେଲ୍ ଯାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଜାମିନ ପାଇଁ ଆବେଦନ କରିଛନ୍ତି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଅର୍ଚ୍ଚନା ଜାମିନ ଆବେଦନ କରିଛନ୍ତି ।  ତେବେ ଜାମିନ ପାଇଁ କେଉଁ ଓକିଲ ଲଢ଼ିବେ, ତାହା ସ୍ପଷ୍ଟ କରି ନଥିବାରୁ ଅର୍ଚ୍ଚନାଙ୍କୁ ଭିଡିଓ କନଫରେନ୍ସରେ ହାଜର କରାଯାଇଥିଲା । ଏହାର ଶୁଣାଣି ଆଜି ହେବ କି କେବେ ହେବ, ସେନେଇ ଜଣାପଡ଼ିନାହିଁ ।  ତେବେ ସେ କେଉଁ ଗ୍ରାଉଣ୍ଡରେ ଜାମିନ ମାଗିଛନ୍ତି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ  । 

ସେପଟେ ଆଜି ଏହି ହାଇ ପ୍ରୋଫାଇଲ୍‌ ମାମଲା ହାଇକୋର୍ଟରେ ପହଞ୍ଚିଛି । ଭାରତୀୟ ବିକାଶ ପରିଷଦ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ଘଟଣାର ଇଡି ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ହୋଇଛି । କେନ୍ଦ୍ର, ରାଜ୍ୟ ସରକାର, ଇଡି, ମୁଖ୍ୟ ସଚିବଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ତା‘ସହ ଡିଜି ପୋଲିସ୍, ଭୁବନେଶ୍ୱରର ଖଣ୍ଡଗିରି ଥାନାର IICଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।

ଅଧିକ ପଢ଼ନ୍ତୁ: ରଙ୍ଗଶାଳାକୁ ଡାକି ଚୋରାରେ ଅର୍ଚ୍ଚନା କରୁଥିଲା ଭିଡିଓ ସୁଟ୍, ଚାବି ରିଙ୍ଗ୍-ଭ୍ୟାନିଟି-ବଲ୍‌ବରେ ଲାଗୁଥିଲା ସ୍ପାଏ କ୍ୟାମେରା

ଅର୍ଚ୍ଚନାଙ୍କ ସେକ୍ସ ରାକେଟ୍ ଘଟଣା ସାମ୍ନାକୁ ଆସିବା ପରେ ତାଙ୍କର ଅଜସ୍ର ସମ୍ପତ୍ତି ତାଲିକା ବାହାରିଛି । ବଡ଼ ବଙ୍ଗଳା, ଦାମୀ କାର୍ ଓ ଅନେକ ତଥ୍ୟ ସାମ୍ନାକୁ ଆସିଛି॥ ତେଣୁ ଏହି ସବୁକୁ ଇଡି ତଦନ୍ତ ପରସରଭୁକ୍ତ କରିବାକୁ ହାଇକୋର୍ଟରେ ଦାଏର ହୋଇଛି ମାମଲା ।

 

 

ଗତକାଲି ଚର୍ଚ୍ଚା ହୋଇଥିଲା  ଅର୍ଚ୍ଚନାର ନାଗଫାସରେ ପଡ଼ିଛନ୍ତି ରାଜ୍ୟର ୨୫ ହାଇପ୍ରୋଫାଇଲ ନେତା ! ସେଥିରୁ ଅଧିକାଂଶ ବିଜେଡିର ବୋଲି ଚର୍ଚ୍ଚା ହେଉଛି । ତେଣୁ ଖାସ୍ ଏଇ କାରଣ ପାଇଁ ହିଁ ଅର୍ଚ୍ଚନା ସମ୍ପର୍କରେ କମିଶନରେଟ୍ ପୋଲିସର ତଦନ୍ତ ବାଟବଣା ହୋଇଥିବା କୁହାଯାଉଛି । କାରଣ ତଦନ୍ତ ଆଗେଇଲେ ସରକାରଙ୍କ ପ୍ରତି ବଢ଼ିପାରେ ଅଡୁଆ । ତେଣୁ ଅର୍ଚ୍ଚନା ମାମଲାକୁ ନେଇ କମିଶନରେଟ୍ ପୋଲିସ୍ ଏବେ ହରଡ଼ଘଣାରେ । ରାଜ୍ୟର ବହୁ ବଡ଼ବଡ଼ିଆ ନେତା ଓ ଭିଭିଆଇପିଙ୍କୁ ନିଜ ହନିଟ୍ରାପରେ ଫସାଇ ଚର୍ଚ୍ଚାକୁ ଆସିଥିବା ଅର୍ଚ୍ଚନା ନାଗ ସମ୍ପର୍କରେ ଦୈନିକ ଆସୁଛି ନୂଆ ଓ ରୋଚକ ତଥ୍ୟ । 

ସେପଟେ ଅନ୍ୟ ସୂଚନା ଅନୁସାରେ ଅର୍ଚ୍ଚନାଙ୍କ ହନି ଟ୍ରାପ୍‌ରେ ଫସିବା ପରେ ତାଙ୍କ ରଙ୍ଗଶାଳାକୁ ଆସନ୍ତି ବଡ଼ବଡ଼ିଆ ବାବୁ । ସୁନ୍ଦରୀ ଯୁବତୀଙ୍କ ସହ ଅସଂଯତ ହେବା ବେଳେ ପୂର୍ବରୁ ଅର୍ଚ୍ଚନା ବିଛାଇଥିବା ଜାଲରେ ଫସନ୍ତି । ବଡବଡ଼ିଆଙ୍କ ଦୁର୍ବଳ ମୁହୂର୍ତ୍ତକୁ ଅତି ଚତୁରତାର ସହ ସିକ୍ରେଟ୍ କ୍ୟାମେରାରେ ସୁଟ୍ କରି ନିଅନ୍ତିି ଅର୍ଚ୍ଚନା । ଏଥିପାଇଁ ବ୍ୟବହାର ହୋଇଥାଏ ଚାବି ରିଙ୍ଗ୍, ଭ୍ୟାନିଟି ଓ ବଲ୍‌ବରେ ସେଟ୍ ହୋଇଥିବା ସ୍ପାଏ କ୍ୟାମେରା । ଯାହା ସମ୍ପର୍କରେ ଟେର ବି ପାଆନ୍ତିନି ରଙ୍ଗଶାଳାରେ ଥିବା ଅତିଥି ।