• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଜଣେ ନିଟ୍‌ (NEET) ଆଶାୟୀଙ୍କ ଆତ୍ମହତ୍ୟା । ଗୁରୁବାର ଜଣେ ୧୫ ବର୍ଷିୟ ଛାତ୍ର ହଷ୍ଟେଲ୍‌ରେ ରହୁଥିବା ବେଳେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମାତ୍ର ତିନିଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ମୃତକଙ୍କ ନାଁ ଧନେଶ କୁମାର ଶର୍ମା । ୟୁପି ବୁଲନ୍ଦସହର ଜିଲ୍ଲା ଖୁରଜା ସହରର ଇଲାକାରେ ତାଙ୍କର ଘର । ସିଲିଂ ଫ୍ୟାନ୍‌ର ହୁକ୍‌ରେ ଫାଶି ଲାଗି ଧନେଶ ଆତ୍ମହତ୍ୟା କରିଛନ୍ତି । ଗତ ତିନି ଦିନ ମଧ୍ୟରେ କୋଟାରେ ଏହା ଦ୍ୱିତୀୟ ଘଟଣା ।

ତେବେ ଏହି ଘଟଣା ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ାଇଛି । ଜଣକ ପରେ ଜଣେ ଛାତ୍ର ଏଭଳି ଆତ୍ମହତ୍ୟା କରିବା କେବେ ବି ଶୁଭ ସଂକେତ ନୁହେଁ ବୋଲି କୁହାଯାଉଛି । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି । ଧନେଶ ଆତ୍ମହତ୍ୟା କରିଥିବା ନେଇ ପ୍ରଥମେ ହଷ୍ଟେଲ ୱାଡେନ୍ ଦେଖିଥିଲେ । ପରେ ସେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ସ୍ଥାନୀୟ ଡିଏସପି ସୂଚନା ଦେଇଛନ୍ତି ।

ତେବେ ଧନେଶ ଘରଠୁ ଦୂରରେ ଥିବାରୁ ଚିନ୍ତାରେ ରହୁଥିଲା କିମ୍ବା ପାଠ ପଢ଼ା ଚାପ ଯୋଗୁଁ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥିବା ପୋଲିସ ସନ୍ଦେହ କରିଛି । ହଷ୍ଟେଲ ରୁମ୍‌ରୁ କୌଣସି ପ୍ରକାର ସୁଇସାଇଡ୍ ନୋଟ୍ ମିଳିନାହିଁ । ହଷ୍ଟେଲ ୱାଡେନ୍‌ଙ୍କ କହିବାନୁଯାୟୀ ସବୁଦିନ ଭଳି ବୁଧବାର ସନ୍ଧ୍ୟାରେ ସେ ଖାଇସାରିବା ପରେ ରୁମ୍‌କୁ ଯାଇଥିଲା ।

ହେଲେ କିଛି ସମୟ ପରେ କୌଣସି ଏକ କାରଣ ପାଇଁ ତାଙ୍କ ଘରୁ କଲ ଆସିଥିଲା । ହେଲେ ଧନେଶ ରିସିଭ୍ କରିନଥିଲା । ଏଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ପରିବାର ଲୋକ । ସେମାନେ ଅନ୍ୟ ଜଣେ ପିଲାକୁ ଧନେଶ ରହୁଥିବା ଉକ୍ତ ହଷ୍ଟେଲକୁ କ’ଣ ଘଟିଛି ବୁଝିବା ପାଇଁ ପଠାଇଥିଲେ । ହଷ୍ଟେଲ୍‌ରେ ପହଞ୍ଚିବା ପରେ ହଷ୍ଟେଲ ୱାଡେନ୍‌ ତାଙ୍କୁ ନେଇ ଧନେଶର ରୁମ୍‌ ପାଖକୁ ଯାଇଥିଲେ । ଏହି ସମୟରେ ସେମାନେ ଦେଖିଥିଲେ ଯେ, ଧନେଶ ଫ୍ୟାନ୍‌ରେ ରଶି ଲଗାଇ ଝୁଲି ପଡ଼ିଛି । ତେବେ ଏହି ଫ୍ୟାନ୍‌ଟି ଆଣ୍ଟି ସୁଇସାଡାଲ୍ ଫ୍ୟାନ୍ ହୋଇଥିଲେ ମଧ୍ୟ ଧନେଶ ଏହା ଜାଣିପାରି ସିଲିଂ ହୁକ୍‌ରେ ରଶି ଲଗାଇ ଝୁଲି ପଡ଼ିଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।