• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ବଡ଼ମ୍ବା ବନାଞ୍ଚଳରୁ ପୁଣି ଏକ ହାତୀର କଙ୍କାଳ ଠାବ ହୋଇଛି ା ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଠାବ ହୋଇଛି ହାତୀ କଙ୍କାଳ । ନରସିଂହପୁର ଏବଂ ବଡ଼ମ୍ବା ଜଙ୍ଗଲରେ ଗତକିଛି ଦିନ ଧରି ଜାରି ରହିଥିବା ହାତୀ ମୃତ୍ୟୁର ତଦନ୍ତ ପାଇଁ SIT ସହ ଯାଇଥିବା କ୍ରାଇମବ୍ରାଞ୍ଚ STF ଟିମ୍ ଦ୍ୱାରା ଆଜି ହାତୀ କଙ୍କାଳ ଠାବ ହୋଇଛି ।

ତେବେ ଏହି ହାତୀର କେମିତି ମୃତ୍ୟୁ ହୋଇଥିଲା ? ଏହି ହାତୀକୁ, ଅନ୍ୟ ହାତୀଙ୍କୁ ଗୁଳି କରି ହତ୍ୟା କଲା ଭଳି କେହି ହତ୍ୟା କରିଛନ୍ତି କି ନାହିଁ ? ସେନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । କଟକ ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ମାମଲାରେ ଆଜିଠୁ ତଦନ୍ତ ଆରମ୍ଭ କରିଛି ଏସ୍‌ଆଇଟି । ବଡମ୍ବା ହାତୀ କଙ୍କାଳ ମିଳିବା, ଜଙ୍ଗଲରେ ଗୁଳିବିଦ୍ଧ ହାତୀର ମୃତ୍ୟୁ ଆଦି ମାମଲାର ତଦନ୍ତ କରୁଛି SIT । ଆଜି ଗ୍ରାଉଣ୍ଡକୁ ଯାଇ ଅନୁଧ୍ୟାନ କରିଛନ୍ତି ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଳର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପି ମିଳିତ ଭାବେ ତଦନ୍ତ କରିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି PCCF ଶଶି ପଲ୍ । ଘଟଣାରେ ୩ଜଣ ଟ୍ରାକରଙ୍କ ସହ ରେଞ୍ଜର ଓ ଫରେଷ୍ଟରଙ୍କ ସମ୍ପୃକ୍ତ ରହିଛି । ୩ ଜଣ ଟ୍ରାକରଙ୍କୁ ଗିରଫ ବି କରାଯାଇଛି । ରେଞ୍ଜର ଓ ଫରେଷ୍ଟର ଫେରାର୍ ଅଛନ୍ତି, ଗିରଫ କରିବାକୁ ପ୍ରୟାସ ଚାଲିଛି । ଏମାନଙ୍କ ବିରୋଧରେ ଅପରାଧିକ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । ତାଛଡ଼ା ଆଗାମୀ ଦିନରେ କେହି ଯେପରି ଏଭଳି କରିବେନି ସେ ନେଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍ ।