Advertisment

Dead Body in Parcel: ମଗାଇଥିଲେ ଇଲେକ୍ଟ୍ରିକ୍ ଜିନିଷ; ପାର୍ସଲ ଖୋଲିବା ପରେ ବାହାରିଲା ମୃତଦେହ

ଗୁରୁବାର ରାତିରେ ଜଣେ ବ୍ୟକ୍ତି ତାଙ୍କ ଦୁଆରେ ଏକ ପାର୍ସଲ ରଖି କହିଥିଲେ ଏଥିରେ ବୈଦ୍ୟୁତିକ ଉପକରଣ ରହିଛି। ତୁଳସୀ ପାର୍ସଲ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାକ୍ସରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଥିଲା ।

ଅଦ୍ୟତନ ହୋଇଛି
Dead Body Found in Parcel In Andhra Pradesh

Dead Body Found in Parcel

Advertisment

ଆଜିକାଲି ଖାଇବାଠାରୁ ଆରମ୍ଭ କରି ଡ୍ରେସ୍ ଓ ଘରକରଣା ଜିନିଷ ସବୁ ଅର୍ଡର କରିହେଉଛି। ଚୁଟ୍‌କିରେ ଘର ଦୁଆର ମୁହଁରେ ପହଞ୍ଚିଯାଉଛି ଜିନିଷ। ବେଳେବେଳେ ପାର୍ସଲରେ ଏମିତି କିଛି ଜିନିଷ ଆସୁଛି ଯାହାକି କଳ୍ପନା ବାହାରେ। ତେବେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରୁ ଆସିଛି ଏମିତି ଏକ ଖବର ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଜଣେ ମହିଳା ଏକ ପାର୍ସଲ ପାଇଲେ ଯେଉଁଥିରେ ଜଣେ ଅଜଣା ଲୋକଙ୍କ ମୃତଦେହସହ ୧.୩ କୋଟି ଟଙ୍କା ଦେବାକୁ ଲେଖାଥିଲା।

Advertisment

ଅଧିକ ପଢ଼ନ୍ତୁ: ଆମାଜନ୍ ପାର୍ସଲରୁ ବାହାରିଲା ଜୀଅନ୍ତା ନାଗ ସାପ, ଦେଖନ୍ତୁ ଭିଡିଓ...

ପଶ୍ଚିମ ଗୋଦାବରୀ ୟେଣ୍ଡାଗାନ୍ଦି ଗାଁର ଏହି ଘଟଣା। ପାର୍ସଲ ରିସିଭ୍ କରିଥିବା ମହିଳା ହେଲେ ନାଗା ତୁଲସୀ। ପୂର୍ବରୁ ତାଙ୍କ ଘର ନିର୍ମାଣରେ ସହାୟତା ପାଇଁ କ୍ଷତ୍ରିୟ ସେବା ସମିତିରେ ଆବେଦନ କରିଥିଲେ। କମିଟି ତାଙ୍କୁ ଗୃହ ନିର୍ମାଣ ପାଇଁ ଟାଇଲ ପଠାଇଥିଲା ଏବଂ ପରେ ବୈଦ୍ୟୁତିକ ଉପକରଣ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲା। ତୁଲସୀଙ୍କୁ ହ୍ୱାଟସ ଆପରେ ଏକ ମେସେଜ ମିଳିଥିଲା ​​ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କୁ ଲାଇଟ୍, ଫ୍ୟାନ୍ ଏବଂ ସୁଇଚ୍ ଭଳି ଆଇଟମ୍ ଦିଆଯିବ।

ଗୁରୁବାର ରାତିରେ ଜଣେ ବ୍ୟକ୍ତି ତାଙ୍କ ଦୁଆରେ ଏକ ପାର୍ସଲ ରଖି କହିଥିଲେ ଏଥିରେ ବୈଦ୍ୟୁତିକ ଉପକରଣ ରହିଛି। ତୁଳସୀ ପାର୍ସଲ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାକ୍ସରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଥିଲା । ଏଥିସହ ୧ କୋଟି ୩୦ ଲକ୍ଷ ଟଙ୍କା ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ଏହି ଘଟଣା ପରେ ତୁଳସୀ ଏବଂ ତାଙ୍କ ପରିବାର ସଦସ୍ୟ ଭୟଭୀତ ହୋଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

Advertisment

ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ପୋଲିସ ଅଧୀକ୍ଷକ ନାଏମ୍ ଅସମି ଘଟଣାସ୍ଥଳ ପରିଦର୍ଶନ ତଦନ୍ତ କରିଛନ୍ତି। ପୋଲିସ ଏହି ମାମଲାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି ଏବଂ ମୃତଦେହ କିଏ ଓ କାହିଁକି ପଠାଇଛି ତାହା ଖୁବଶୀଘ୍ର ଜଣାପଡିବ ବୋଲି କହିଛି।

Advertisment
Andhra Pradesh Dead Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ