scb medical
ରାଜ୍ୟର ବଡ଼ମେଡ଼ିକାଲ୍ରେ ବଡ଼ ଅଘଟଣ । ସମ୍ବଲପୁର ଭିମସାର୍ ମେଡ଼ିକାଲରୁ ଶିଶୁ ଚୋରି ଭଳି ଏବେ କଟକ ଏସ୍ସିବିରୁ ସାମ୍ନାକୁ ଆସିଛି ଶିଶୁ ଚୋରିର ସଂଗୀନ ଅଭିଯୋଗ । SCBର SNCUରୁ ନବଜାତ ଶିଶୁକନ୍ୟାଟିକୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ପ୍ରସୂତି ଯାଁଳା କନ୍ୟା ପ୍ରସବ କରିଥିଲେ । ଗୋଟିଏ ଶିଶୁକନ୍ୟାକୁ ଧରି ପ୍ରସୂତି ଜଣକ ପ୍ରସୂତି ବିଭାଗ ୱାର୍ଡରେ ଅଛନ୍ତି । ଅନ୍ୟ ଶିଶୁକନ୍ୟାଟିକୁ ଜଣ୍ଡିସ୍ ହୋଇଥିବାରୁ ତାକୁ SNCUରେ ରଖାଯାଇଥିଲା । ସେହି SNCUରୁ କେହି ଜଣେ ଶିଶୁଟିକୁ ନେଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗ ନେଇ ଏସ୍ସିବି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏହାର ଖୋଳତାଡ଼ କରାଯାଉଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651246247.jpg)