After Murder Accused Eats Poisonous Fruit Out of Fear
ପେଟ ଚିରି ଖେଳିଥିଲା ରକ୍ତର ହୋଲି । ସ୍ତ୍ରୀ ଆଗରେ ସ୍ୱାମୀକୁ କଲବଲ କରି ମାରିଥିଲା । ଆଜି ଘରେ ପଶି ଧରି ଆଣିଲା ପୋଲିସ ।
ଡରରେ ଡିମିରି ଫଳ ଖାଇଲା ଅଭିଯୁକ୍ତ । ରାଜଧାନୀରେ ହୋଲି ଦିନ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡର ହୋଇଛି ପର୍ଦ୍ଦାଫାସ। ଆଉ ଗିରଫ ହୋଇଛନ୍ତି ମୋଟ୍ ୬ଜଣ ଅଭିଯୁକ୍ତ।
ମଞ୍ଚେଶ୍ୱର ହତ୍ୟାକାଣ୍ଡ ଘଟଣାରେ ୪ଜଣ ଧରାପଡିଥିବା ବେଳେ ସହିଦନଗର ଘଟଣାରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା।
ଅଧିକ ପଢ଼ନ୍ତୁ: ହୋଲିରେ ସାଙ୍ଗ ନେଲା ସାଙ୍ଗର ଜୀବନ, ସାମାନ୍ୟ ବଚସାରୁ ଗୁଳି କରି କଲା ହତ୍ୟା
ମଞ୍ଚେଶ୍ୱର ସମେଇଗାଡ଼ିଆ ଅଞ୍ଚଳର ଆୟୁଷ୍ମାନ ପତିଙ୍କୁ ଗୋଡ଼ାଇ ଗୋଡାଇ ମାରିଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ପୁରୀ ମଙ୍ଗଳପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ପୂର୍ବରୁ ତନ୍ମୟ ଓ ଆୟୁଷ୍ମାନ ମଧ୍ୟରେ ଗଣ୍ଡଗୋଳ ଥିବାବେଳେ ହୋଲି ଦିନ ଉଭୟ ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନି ହୋଇଥିଲେ। ଆଉ କୌଣସି କଥାକୁ ନେଇ ବଚସା ହେବା ପରେ ଆୟୁଷ୍ମାନଙ୍କୁ ଏକ ଛୁରୀ ଭୁସି ହତ୍ୟା କରିଥିଲା ତନ୍ମୟ ପିପିଲିରେ ଲୁଚିଥିଲା। ପରେ ପୋଲିସ ତାର ଠିକଣା ପାଇ ତାକୁ ଧରିବାକୁ ଯିବାବେଳେ ଡରିଯାଇ ଡିମିରି ଫଳ ଖାଇଦେଇଥିଲା। ତେବେ ପୋଲିସ ତନ୍ମୟ ଓ ତାକୁ ଲୁଚାଇବା ଅଭିଯୋଗରେ ୩ ସହଯୋଗୀଙ୍କୁ ଗିରଫ କରିଛି।
ସେହିଭଳି ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଗୋପୀ ଗୁଣି ହତ୍ୟାକାଣ୍ଡ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିୟୁକ୍ତ ବାନା ଗୁଣି ଓ ଆଉ ଜଣେ ନାବାଳକ ଗିରଫ ହୋଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ପିଙ୍କୁ ଗୁନି ଫେରାର ଅଛି। ହୋଲି ଖେଳିବା ବେଳେ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ବେଳେ ଗୋପୀଙ୍କୁ ହତ୍ୟା କରିଥିଲେ ଏମାନେ । ତେବେ ଟୁଇନସିଟିରେ ଦିନକୁ ଦିନ ଅପରାଧ ବଢୁଥିବାରୁ ଏହା ସହରବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742203079.jpg)