Advertisment

୬ ଦିନ ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ଏସିଡ୍‌ ପୀଡ଼ିତା, ଏବେବି ସ୍ୱାମୀ ଫେରାର...

ଏସିଡ୍‌ ମାଡ଼ରେ ଗୁରୁତର ଆହତ ହୋଇଥିବା ବାଲେଶ୍ୱରର ବନିତା ଶେଷରେ ଆଖି ବୁଜିଛନ୍ତି। ସ୍ୱାମୀ ବନିତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ।

ଅଦ୍ୟତନ ହୋଇଛି
Acid Attack Victim Succumbs To Burn Injuries At SCB

Acid attack victim succumbs to burn injuries at SCB

Advertisment

ଏସିଡ୍‌ ମାଡ଼ରେ ଗୁରୁତର ଆହତ ହୋଇଥିବା  ବାଲେଶ୍ୱର ଜିଲ୍ଲା ର ବନିତା ଶେଷରେ ଆଖି ବୁଜିଛନ୍ତି। ୬ ଦିନ ଧରି ସଂଘର୍ଷ ପରେ କଟକବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। 

Advertisment

ସୂଚନାଥାଉ କି, ଗତ ୨୦ ତାରିଖରେ  ସ୍ୱାମୀ ଚନ୍ଦନ ରଣା ବନିତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ। ଅଭିଯୋଗ ଅନୁସାରେ, ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ବନିତାଙ୍କୁ ଚନ୍ଦନ ପ୍ରେମ ବିବାହ କରିଥିଲେ। କିନ୍ତୁ ପରେ ବନିତା ଜାଣିପାରିଥିଲେ ଯେ, ଚନ୍ଦନ ପୂର୍ବରୁ ବାହା ହୋଇଛନ୍ତି ଓ ତାଙ୍କର ଦୁଇଟି ପିଲା ଅଛନ୍ତି। ଏହା ଜାଣିବା ପରେ ବନିତା ବାପ ଘରକୁ ପଳାଇ ଆସିଥିଲେ।

ଘଟଣା ଦିନ ଭୀମପୁରା ଗାଁରେ ରହୁଥିବା ବଡ଼ ଭଉଣୀଙ୍କ ଘରେ ବନିତା ଥିଲେ। ସେଠାକୁ ଆସି ଚନ୍ଦନ ବନିତାଙ୍କ ସହ ପ୍ରଥମେ ଯୁକ୍ତିତର୍କ କରିଥିଲେ। ଏହାପରେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ସେ ବନିତାଙ୍କ ଉପରକୁ ଏସିଡ୍‌ ଫିଙ୍ଗିଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ବନିତା ।

Advertisment

ବନିତାଙ୍କ ଶରୀରର ପ୍ରାୟ ୮୦% ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା। ଦୁଃଖଦ ଘଟଣା ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ, ଏବେ ବି ଚନ୍ଦନ ପୋଲିସ ହାତରେ ଧରାପଡ଼ି ନଥିବା ବେଳେ ୨ ଜଣଙ୍କୁ ପୋଲିସ ଗିରଫ କରିଛି। 

Acid Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ