• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୋଲିସ । କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା ପରେ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିବା ସୂଚନା ମିଳିଛି । ଏପରିକି ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୋଲିସ ଯାଇଥିଲେ ବି ବିଦ୍ୟାଭାରତୀଙ୍କୁ ପୋଲିସ ପାଇନଥିଲା । ବିଦ୍ୟାଭାରତୀଙ୍କ ନାଁରେ NBW ଜାରି ପରେ ତାଙ୍କୁ କୋର୍ଟରେ ହାଜର କରାଇବା ପାଇଁ ପୋଲିସ ତାଙ୍କ ଗାଁକୁ ଯାଇଥିଲା । କୋର୍ଟ DFO ସଂଗ୍ରାମ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ବି NBW ଜାରି କରିଛନ୍ତି ।

ପୂରା ଘଟଣା..

୨୦୨୧ ଜୁଲାଇ ୧୨। ପାରଳାଖେମୁଣ୍ଡି ସରକାରୀ କ୍ୱାର୍ଟରରେ ଅତି ରହସ୍ୟଜନକ ଭାବେ ନିଆଁରେ ଜଳିଯାଇ ମେଡ଼ିକାଲରେ ପ୍ରାଣ ହରାଇଥିଲେ ସୌମ୍ୟରଂଜନ । ହେଲେ କାହିଁକି ଏବଂ କିଭଳି ଘଟିଲା ଅଘଟଣ, କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ସୌମ୍ୟଙ୍କ ପତ୍ନୀ। ଏପରିକି ଘଟଣାଦିନ ଉପସ୍ଥିତ ତତ୍କାଳୀନ DFO ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥଙ୍କ ବୟାନକୁ ନେଇ ନାନା ଚର୍ଚ୍ଚା ଲାଗିରହିଥିଲା। ଏହାପରେ ୩ ମାସ ଧରି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ।

ଶେଷରେ ତତ୍କାଳୀନ DFO ଓ ରୋଷେୟାଙ୍କୁ ଦେଇଥିଲା କ୍ଲିନଚିଟ୍। ତାସହ ଏହା ଏକ ଦୁର୍ଘଟଣା ଓ ଏଥିପାଇଁ ବିଦ୍ୟାଭାରତୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଚାର୍ଜସିଟ ଦାଖଲ କରିଥିଲା ତଦନ୍ତକାରି ସଂସ୍ଥା। କିନ୍ତୁ, ନଛୋଡ଼ବନ୍ଧା ଥିବା ସୌମ୍ୟଙ୍କ ବାପା ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି କୋର୍ଟର ଦ୍ବାରସ୍ଥ ହୋଇଥିଲେ।