Advertisment

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳୁନି। ଏବେ ଏହି ମାମଲାରେ ତାତିଛନ୍ତି ସାଧାରଣ ଲୋକ। ଘଟଣାକୁ ବିରୋଧ କରି ଆଜି ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଇଛି ଖଇରା ନାଗରିକ ମଞ୍ଚ ।

author-image
Minati Mishra
acf death case

acf death case

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ସାରା ରାଜ୍ୟରେ ଚହଳ ପକାଇଥିବାବେଳେ ପୋଲିସ ଆଜିଯାଏ ଅପରାଧୀ ପାଖରେ ପହଞ୍ଚି ପାରିନି। ତଦନ୍ତରେ ଜାଣିଶୁଣି ଅବହେଳା କରାଯାଉଛି ଏବଂ ତଦନ୍ତର ମୋଡକୁ ଦିଗହରା କରିବା ପାଇଁ ଚାପ ପକାଯାଉଥିବା ଜଳଜଳ ହୋଇ ଦିଶୁଛି। ଅନ୍ୟପକ୍ଷେ ସୌମ୍ୟଙ୍କ ପରିବାରକୁ ନ୍ୟାୟ ମିଳୁନି। ଏହାକୁ ନେଇ ତାତିଛନ୍ତି ସାଧାରଣ ଲୋକ। ଘଟଣାକୁ ବିରୋଧ କରି ଆଜି ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଇଛି ଖଇରା ନାଗରିକ ମଞ୍ଚ । ପକ୍ଷରୁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି ।

Advertisment

 ଏହି ସମୟରେ ଖଇରା ଅଞ୍ଚଳରେ ଦୋକାନ ବଜାର ବନ୍ଦ ରଖା ଯାଇଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନାଗରିକ ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି । ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦୁଇ ମାସ ପୁରିବାକୁ ବସିଲାଣି, ହେଲେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି କହିଛି ନାଗକରିକ ମଞ୍ଚ। ଏହି ଘଟଣାରେ ତଦନ୍ତ ପ୍ରକ୍ରିୟା ନ ଆଗେଇବା ଓ ଦୋଷୀ ଚିହ୍ନଟ ନ ହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷେ ଏହି ମାମଲାର ଏବେ ତଦନ୍ତ କରୁଛି କ୍ରାଇମ ବ୍ରାଞ୍ଚ।  ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ନିକଟରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ।

Advertisment

ସୂଚନାଥାଉ କି, ଏସିଏଫ ସୌମ୍ୟ ରଂଜନ ମହାପାତ୍ର ମୃତ୍ୟୁ ମାମଲାର ଚାଲିଛି ଖୋଳତାଡ଼। ଅଭିଯୁକ୍ତ ଏବଂ ସାକ୍ଷୀଙ୍କ ବୟାନ ପରେ ମାମଲାର ଚାଲିଛି ତର୍ଜମା॥ ପୋଲିସ ଓ କ୍ରାଇମବ୍ରାଞ୍ଚ ଆଗରେ ଦେଇଥିବା ବୟାନର ତାଳମେଳ ନେଇ ଯାଞ୍ଚ କରାଯାଉଛି। ଯଦି ଅଭିଯୁକ୍ତ ଏବଂ ସାକ୍ଷୀମାନଙ୍କ ବୟାନରେ ତାଳମେଳ ନରହେ, ତାହେଲେ ପୁଣି ଥରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ତେବେ ଗତ କିଛିଦିନ ତଳେ ଜଣେ ପୂର୍ବତନ ଜଗୁଆଳିଙ୍କ ବୟାନର ମଧ୍ୟ ତର୍ଜମା ଚାଲିଥବା କ୍ରାଇମବ୍ରାଞ୍ଚ କହିଛି॥ ଏସିଏଫଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ସମ୍ପର୍କରେ ମଧ୍ୟ ତର୍ଜମା କରାଯାଉଥିବା କହିଛି କ୍ରାଇମବ୍ରାଞ୍ଚ।

ସୂଚନାଥାଉ କି, ACF ସୌମ୍ୟ ରଞ୍ଜନଙ୍କର ତାଙ୍କ ସରକାରୀ ବାସଭବନରେ ପୋଡି ହୋଇ ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ୫୦ରୁ ଅଧିକ ଦିନ ବିତି ଯାଇଥିଲେ ହେ ଅଭିଯୁକ୍ତଙ୍କୁ ଧରି ପାରିନି ପୋଲିସ। ଖାଲି ଜେରାରେ ଜେରାରେ ରହି ଯାଇଛି ତଦନ୍ତ। ଏବେ ପୋଲିସ ହାତରୁ ଆସି କ୍ରଇମବ୍ରାଞ୍ଚ ହାତରେ ପଡ଼ିଛି ତଦନ୍ତ ଭାର। 

ଅନ୍ୟପକ୍ଷେ, ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ପୁଅ ମୃତ୍ୟୁର ଏତେ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ କିଛି କରିପାରିନି। ଏପରିକି ହତ୍ୟାମାମଲା ରୁଜୁ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତକୁ ଏ ଯାଏ ଗିରଫ କରାଯାଇ ପାରିନାହିଁ। ମୁଖ୍ୟ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଉନି, ଏହା କାହା ନିର୍ଦ୍ଦେଶରେ ହେଉଛି ସେ ନେଇ ସେ ପ୍ରଶ୍ନ କରିଛନ୍ତି। 

Paralakhemundi ACF Death Acf Soumya Ranjan Mohapatra
Advertisment
Advertisment