/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733992598.jpg)
Atul Subhash Suicide Case
ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା। ଏବେ ଅତୁଲଙ୍କୁ ନ୍ୟାୟ ଦେବାକୁ ସବୁଠି ଦାବି ଉଠିଛି। ସୋସିଆଲ୍ ମିଡିଆରେ ଏବେ ଏହା ଟ୍ରେଣ୍ଡ କରୁଛି। ସୋସିଆଲ ମିଡିଆରେ ଅତୁଲ ସୁଭାଷଙ୍କ ପତ୍ନୀ ନିକିତା ସିଙ୍ଗାନିଆଙ୍କ ବିରୋଧରେ ଲଗାତାର କମେଣ୍ଟ ଓ ବହିଷ୍କାର ପାଇଁ ଦାବି ଉଠିବା ପରେ ଆସେଞ୍ଚର (Accenture) କମ୍ପାନୀ ତାର X ଆକାଉଣ୍ଟ ପ୍ରୋଫାଇଲକୁ ଲକ୍ କରିଦେଇଛି ।
ଜଣେ ୟୁଜର ଟ୍ୱିଟରରେ ଆସେଞ୍ଚରକୁ ଟ୍ୟାଗ କରି ଲେଖିଛନ୍ତି, ନିକିତା ସିଙ୍ଗାନିଆଙ୍କୁ କିପରି ଚାକିରିରେ ରଖିଛନ୍ତି? ଯିଏ ତାଙ୍କ ପୂର୍ବ ସ୍ୱାମୀ ଅତୁଲ ସୁଭାଷଙ୍କୁ ନିର୍ଯାତନା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ? ତାଙ୍କୁ କାହିଁକି ଏପର୍ଯ୍ୟନ୍ତ ବରଖାସ୍ତ କରାଯାଇନାହଁ? ସେହିପରି ଆଉଜଣେ ଲେଖିଛନ୍ତି, ଅତୁଲଙ୍କ ପତ୍ନୀ ଆସେଞ୍ଚର କମ୍ପାନୀରେ କାମ କରନ୍ତି। ନୈତିକତା ଦୃଷ୍ଟିରୁ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ଉଚିତ, ଯଦି ଏପରି ନହୁଏ ତେବେ ସେମାନେ ଲୋକଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ହୁଅନ୍ତୁ।
So @AccentureIndia@Accenture you still wanted to be proud employers of Nikita Singhania a lady who harassed and provoked her ex husband #AtulSubhash till he not committed suicide?@JulieSweet as CEO of #Accenture do you support her? strange you haven't fired her yet. pic.twitter.com/M1bdjuzNrx
— Kartik Vikram (@iamkartikvikram) December 10, 2024
ଆଉଜଣେ ଲେଖିଛନ୍ତି, ଲୋକଙ୍କ କଥା ଶୁଣିନପାରି କମ୍ପାନୀ ପ୍ରୋଫାଇଲ୍ ଲକ୍ କରିଦେଇଛି। ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ଏହାକୁ ଅତି ଗୁରୁତର ସହ ନେଇଛନ୍ତି। ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି। କମ୍ପାନୀ ତାଙ୍କ ସ୍ତ୍ରୀଙ୍କୁ ଚାକିରିରୁ ନିଲମ୍ୱିତ କରି ଏହି ଘଟଣାକୁ ଏଠାରେ ବନ୍ଦ କରିବାର ଥିଲା।
How many more innocent men will give up on their lives for all the false cases filed against them by their wives?
The govt needs to look into this & should enact laws for men or make changes to the current laws that unconditionally empower women.#indianlaws#AtulSubhash#lawspic.twitter.com/rtwvDAFYbv— Happy Monk (@HappyMonk11) December 10, 2024
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି । ମୃତ ଅତୁଲଙ୍କ ଭାଇ ବିକାଶ କୁମାର ବେଙ୍ଗଳୁରର ମାରାଥଲି ଥାନାରେ ଏତଲା ଦେଇଛନ୍ତି । ବିକାଶଙ୍କ ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଏନଏସର ଧାରା ୧୦୮ ଆତ୍ମହତ୍ୟା ପାଇଁ ଉସୁକେଇବା ଭଳି ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଅତୁଲ ସୁଭାଷ , ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଛନ୍ତି । ଆସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ଦାବି କରୁଥିଲେ ୩ କୋଟି ଟଙ୍କା, ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ । ପତ୍ନୀଙ୍କ ଗୋଟିଏ ପରେ ଗୋଟିଏ ଗମ୍ଭୀର ଆରୋପ ଏବଂ କୋର୍ଟଙ୍କ ତାରିଖ ପରେ ତାରିଖ, ମାନସିକ ଚାପ ଶେଷ ସୀମା ଡେଇଁବା ପରେ ଜୀବନ ହାରିବା ଛଡା ଅତୁଲଙ୍କ ପାଖରେ ବୋଧହୁଏ ଆଉ କିଛି ବାଟ ନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)