• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଫତାବ ଭିଆଇଥିବା କାଣ୍ଡକୁ ନେଇ ଯେତିକି ତଦନ୍ତ ହେଉଛି ସେତିକି ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ରାଜଧାନୀ ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୋଲିସ ହାତରେ ଆଉ ଏକ ବଡ଼ ପ୍ରମାଣ ଲାଗିଛି । ଶ୍ରଦ୍ଧାଙ୍କୁ ହତ୍ୟା ପରେ ଯେଉଁ ଅସ୍ତ୍ରରେ ବୟଫ୍ରେଣ୍ଡ ଅଫତାବ ତାଙ୍କୁ ୩୫ ଖଣ୍ଡ କରିଥିଲା ତାକୁ ପୋଲିସ ଆଜି ଜବତ କରିଛି । ଏବେ ବିଚାରବିଭାଗୀୟ ହାଜତରେ ରହୁଛି ଅଫତାବ । ତିହାର ଜେଲର ୪ ନମ୍ବର ବାରାକରେ ରହୁଛି । ଅଫତାବ ପୁନାୱାଲାକୁ ଦିଲ୍ଲୀର ଏକ କୋର୍ଟ ୧୩ ଦିନ ପାଇଁ ଜେଲ୍‌କୁ ପଠାଇ ଦେଇଛନ୍ତି । ସେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍‌ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଅଫତାବ ପୁନାୱାଲା ଭ୍ୟାନ ଉପରେ ଅଜି କିଛି ଲୋକ ହମଲା କରିବାକୁ ଉଦ୍ୟମ କରିଛନ୍ତି । ପୋଲିସର ଫରେନସିକ ଟିମ୍ ଅଫତାବକୁ ନେଇ ଯାଉଥିବାବେଳେ ହଠାତ୍ କିଛି ବ୍ୟକ୍ତି ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଧରି ମାଡିଆସିଥିଲେ । ଅଫତାବକୁ ନେଇ ଯାଉଥିବା ଭ୍ୟାନ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ । ସେମାନେ ଅଫତାବକୁ କାଟି ଖଣ୍ଡ ଖଣ୍ଡ କରିଦେବେ ବୋଲି କହିଥିଲେ । ରାସ୍ତା ଉପରେ ଲୋକ ଖଣ୍ଡା ଧରି ବୁଲିଥିବା ଦେଖିବାକୁ ମିଳିଥିଲା । ତେବେ ଉତ୍ତେଜନାକୁ ଦେଖି ପୋଲିସ ସେମାନଙ୍କୁ ଘଉଡାଇ ଦେଇଥିଲେ । ଏପରିକି ପୋଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ମଧ୍ୟ ପଡିଥିଲା । ଆକ୍ରମଣକାରୀ ନିଜକୁ ହିନ୍ଦୁ ସେନାର କର୍ମକର୍ତ୍ତା ବୋଲି କହିଛନ୍ତି ।

ସେହିଭଳି ମିଳିଥିବା ତାଜା ସୂଚନା ଅନୁଯାୟୀ, ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରି କାଟିବା ପରେ ତାଙ୍କ ହାତରୁ ମୁଦି କାଢ଼ି ନେଇଥିଲେ ଅଫତାବ୍‌ । ଆଉ ନିଜର ନୂଆ ଗର୍ଲଫ୍ରେଣ୍ଡକୁ ପିନ୍ଧାଇ ଦେଇଥିଲା । ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଇଏ ହେଉଛନ୍ତି ସେହି ଗର୍ଲଫ୍ରେଣ୍ଡ ଯିଏ କି ଅଫ୍‌ତାବଙ୍କ ଫ୍ଲାଟ୍‌କୁ ଯାଇଥିଲେ । ପୋଲିସ ସେହି ଯୁବତୀଙ୍କଠାରୁ ଅଫତାବ ଦେଇଥିବା ମୁଦି ମଧ୍ୟ ଜବତ କରିସାରିଛି ।

ଏହି ହତ୍ୟାକାଣ୍ଡର ତଦନ୍ତରେ ପୋଲିସ ଜାନ୍‌ ଲଗେଇଥିବା ବେଳେ ଅଫତାବ୍‌ କିନ୍ତୁ ସାଥ୍ ଦେଉନାହିଁ । ଗତଥର ପଲିଗ୍ରାଫ୍‌ ଟେଷ୍ଟ ବେଳେ ଅଫ୍‌ତାବ ପୋଲିସକୁ ଦ୍ୱନ୍ଦ୍ୱରେ ପକାଇଥିଲା । ତେଣୁ ପୁଣି ଥରେ ତାର ପଲିଗ୍ରାଫ୍‌ ଟେଷ୍ଟ ହେବ ବୋଲି କୁହାଯାଇଛି । ଏବେ ସୁଦ୍ଧା ତାର ୩ ଥର ପଲିଗ୍ରାଫ୍‌ ଟେଷ୍ଟ କରାଯାଇଥିବା ବେଳେ ଅନେକ ପ୍ରଶ୍ନର ଉତ୍ତର ତ ସେ ଦେଇଛି । କିନ୍ତୁ ଆହୁରି ପ୍ରଶ୍ନ ରହିଛି ଯାହାର ଉତ୍ତର ନଦେଇ ପୋଲିସକୁ ସେ ଦ୍ୱନ୍ଦ୍ୱରେ ପକାଇଛି । ତେଣୁ ୫ ଡିସେମ୍ବରରେ ପୁଣି ଥରେ ନାର୍କୋ ଟେଷ୍ଟ କରାଯିବ ।