/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668883025.jpg)
Archana Nag
ଭୁବନେଶ୍ୱର: ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏଣ୍ଡେଭର କାର୍ ଠାବ। ପରିତ୍ୟକ୍ତ ଅବସ୍ଥାରେ ନମ୍ବର ବିହୀନ କାର୍ ଠାବ। ଏଣ୍ଡେଭର କାରର ଆଗ ଓ ପଛ ପଟେ ନମ୍ବର ପ୍ଲେଟ ନାହିଁ, ଗାଡ଼ିଟି କାହାର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ, କାରଟି ଅର୍ଚ୍ଚନାଙ୍କ କାର ବୋଲି ଜଣାପଡିଛି।
ଭୁବନେଶ୍ୱର: ମିଳିଲା ଅର୍ଚ୍ଚନାଙ୍କ ଦାମୀ ଗାଡ଼ି ! ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏଣ୍ଡେଭର କାର୍ ଠାବ#Bhubaneswar#Odisha#OTVpic.twitter.com/MwXlREqszx
— ଓଟିଭି (@otvkhabar) November 19, 2022
ଏଣ୍ଡେଭର କାର୍ ଠାବ ପରେ ଘଟଣାସ୍ଥଳରେ ଇଡି ଅଧିକାରୀ ପହଞ୍ଚିଥିଲେ। ଏଣ୍ଡେଭର କାରକୁ ନେଇ ଇଡି ଅଧିକାରୀଙ୍କ ତନାଘନା ଓ ଅଧିକ ଯାଞ୍ଚ ପାଇଁ ଟେକ୍ନିକାଲ ଏକ୍ସପର୍ଟକୁ ଡାକିଥିଲେ। ଶେଷରେ ଏହି କାର ଅର୍ଚ୍ଚନା ନାଗଙ୍କ ବୋଲି କହିଥିଲେ ଇଡି ଅଧିକାରୀ।
କାର କିଣିବା ବେଳେ ଡିଲରଙ୍କୁ ୩୩ ଲକ୍ଷ ଟଙ୍କା ନଗଦ କ୍ୟାସ ଦିଆଯାଇଥିବା ଇଡି ସୂଚନା ପାଇଥିଲା । ଏତେ ଟଙ୍କା ଅର୍ଚ୍ଚନାଙ୍କ ନିକଟକୁ କେଉଁଠୁ ଏବଂ କେମିତି ଆସିଲା ତାର ବି ଖୋଳତାଡ଼ କରାଯାଉଛି । ସେପଟେ କାରକୁ ଜାଣିଶୁଣି କେହି ଲୁଚାଇବାରେ ସହଯୋଗ କରୁଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି ଇଡି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)