/odishatv-khabar/media/post_attachments/uploadimage/library/16_9/16_9_0/Dead_Body_1658507829.jpg)
Dead Body
ପାରିବାରିକ କଳହ ଯୋଗୁଁ ହତ୍ୟା, ଏବେ ଏକ ନିତି ଦିନିଆ ଘଟଣା ହେଲାଣି । ପ୍ରତ୍ୟେକ ଦିନ ଖବର କାଗଜରେ ଏମିତି ଅନେକ ଖବର ପ୍ରକାଶ ପାଉଛି । ପରିବାରରେ ସାମାନ୍ୟ କଳହରୁ ବର୍ତ୍ତିବା ପାଇଁ ଲୋକେ ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଠିକ୍ ଏମିତି ଏକ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି ।
ପାରିବାରିକ କଳହର କରୁଣ ପରିଣତି । ପରିବାର ମଧ୍ୟରେ କଳହ ଯୋଗୁଁ ପୁଅକୁ ହତ୍ୟା କଲା ବାପା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡା ଗାଁରେ । ଏହି ଗାଁରେ ବାସ କରୁଥିବା ପାଦୁକ ସାହୁ ନିଜ ପୁଅ ଇଶ୍ୱର ସାହୁକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଶୁକ୍ରବାର ସନ୍ଧ୍ୟାରେ କୌଣସି ଏକ କାରଣକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ଘଟଣା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଶେଷରେ ଏହି ପାଟିତୁଣ୍ଡ ଉଗ୍ରରୂପ ନେଇଥିଲା । ଆଉ ଏଥିରେ ଅଧିକ ଉତ୍କ୍ଷିପ୍ତ ହୋଇ ଉଠିଥିଲେ ବାପା ପାଦୁକ ସାହୁ ।
ଆଉ ସେହି କ୍ରୋଧର ବହ୍ନିରେ ଜଳୁଥିଲେ ୮୫ ବର୍ଷିୟ ବାପା ପାଦୁକ ସାହୁ । ସେ ଏକ ପ୍ରକାର ପ୍ରତିଶୋଧ ପରାୟଣ ହୋଇଉଠିଥିଲେ । ଆଉ ସୁଯୋଗ ଅପକ୍ଷାରେ ରହିଥିଲେ । ୫୫ ବର୍ଷିୟ ପୁଅ ଇଶ୍ୱର ସାହୁ ଶୋଇଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)