Advertisment

ଦିନ ୧୧ଟାରେ ଲୁଟ୍‌; ସ୍କୁଟି ଡିକି ଭାଙ୍ଗି ନେଇଗଲେ ୮୨ ହଜାର

ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁର ନୂଆ ସାହି ଗାଁର ରଶ୍ମିତା ମହାନ୍ତି ବାଙ୍କୀରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାର ଭିତରେ ଥିବା ଚାଉଳ ମାର୍କେଟର ହନୁମାନ ମନ୍ଦିର ନିକଟରେ ସ୍କୁଟି ରଖିଥିଲେ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
loot

loot

ସ୍କୁଟି ଡିକି ଭାଙ୍ଗି ୮୨ ହଜାର ଲୁଟି ନେଲେ ଦୁର୍ବୃତ୍ତ । ଆଜି ପୂର୍ବାହ୍ନ ପ୍ରାୟ ୧୧ ଟାରେ ବାଙ୍କୀ ବଜାର ଭିତରେ ଥିବା ଚାଉଳ ମାର୍କେଟର ହନୁମାନ ମନ୍ଦିର ନିକଟରୁ ସ୍କୁଟି ଡିକି ଭାଙ୍ଗି ୮୨ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ବାଙ୍କୀ ଥାନା ଅନ୍ତର୍ଗତ ଦୁର୍ଗାପୁର ନୂଆ ସାହି ଗାଁର ରଶ୍ମିତା ମହାନ୍ତି ବାଙ୍କୀରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ଉଠାଇ ବଜାର ଭିତରେ ଥିବା ଚାଉଳ ମାର୍କେଟର ହନୁମାନ ମନ୍ଦିର ନିକଟରେ ସ୍କୁଟି ରଖିଥିଲେ । ପାଖରେ ଥିବା ଏକ ଗ୍ରୋସରୀ ଦୋକାନରୁ ସଉଦା କିଣୁଥିବା ସମୟରେ କିଛି ଦୁର୍ବୁତ୍ତ ସ୍କୁଟିର ଡ଼ିକି ଭାଙ୍ଗି ଟଙ୍କା ନେଇ ପଳାଇଥିଲେ । ଏନେଇ ମହିଳା ଜଣକ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏତଲା ଆଧାରରେ ବାଙ୍କୀ ପୋଲିସ ତଦନ୍ତ ଜାରି ରଖିଛି ।

Advertisment
Loot Loot In Odisha
Advertisment
Advertisment