Advertisment

ରାଗିଂ କରି ସବୁଦିନ ପାଇଁ କ୍ୟାମ୍ପସରୁ ସସ୍‌ପେଣ୍ଡ୍‌ ହେଲେ ୭ ଛାତ୍ର

ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ୭ ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସ୍‌ପେଣ୍ଡ୍‌ କରାଯାଇଛି। ଯଦି ସମ୍ପୃକ୍ତ ଛାତ୍ରମାନେ କ୍ୟାମ୍ପସକୁ ଆସନ୍ତି ତା’ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Students Suspends in Khallikote School

7 Students Of Khallikote Higher Secondary School Suspends From Campus In Connection With Ragging

ମହଙ୍ଗା ପଡ଼ିଲା ରାଗିଂ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ୭ ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସ୍‌ପେଣ୍ଡ୍‌ କରାଯାଇଛି। ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ, ସ୍କୁଲ୍‌ର ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ଯଦି ସମ୍ପୃକ୍ତ ଛାତ୍ରମାନେ କ୍ୟାମ୍ପସକୁ ଆସନ୍ତି ତା’ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି। ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ୭ ଜଣ ଛାତ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିଛନ୍ତି।  ଅନ୍ୟପକ୍ଷରେ, ରାଗିଂ କରିଥିବା ଛାତ୍ରମାନେ ଯଦି ଫର୍ମ ଫିଲ୍ ଅପ୍ କରିଛନ୍ତି, ତେବେ ପରୀକ୍ଷା ଦେଇପାରିବେ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରେ ପୁଣି ରାଗିଂ ; +2 ଛାତ୍ରୀଙ୍କୁ ସିନିୟରଙ୍କ ନିର୍ଯାତନା

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ରାଗିଂ ଅଭିଯୋଗରେ ୮୨ ଜଣ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍‌ କରାଯାଇଥିଲା। କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କର୍ତ୍ତୃପକ୍ଷ ଏହି ଫାଇନ୍‌ କରିଥିଲେ। ଏହାସହ ସମ୍ପୃକ୍ତ ଛାତ୍ରମାଙ୍କୁ ଲାଇବ୍ରେରୀରୁ ବହି ମଧ୍ୟ ଦିଆଯିବନି ବୋଲି କୁହାଯାଇଥିଲା। ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ।  ଏ ସମ୍ପର୍କରେ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା।

Ragging Ragging Allegations
Advertisment
Advertisment