• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଲୁଟେରାଙ୍କ ସର୍ଦ୍ଦାର ସାଜିଥିଲେ ନକଲି ପୋଲିସ । ରାସ୍ତାରେ ଛିଡା ହେଉଥିଲେ, ସୁଯୋଗ ଦେଖି ଲୁଟୁଥିଲେ । ସୁରକ୍ଷା ବାହାନାରେ ଲୋକଙ୍କ ଠାରୁ ଟଙ୍କା, ମହିଳାଙ୍କ ଠାରୁ ସୁନା ଗହଣା ଲୁଟୁଥିଲେ । ୫ ରାଜ୍ୟର ପୋଲିସ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ୍‌ । ଲୁଟପାଟ କରୁଥିବା ନକଲି ପୋଲିସ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡଖଣ୍ଡ ସମେତ ଓଡ଼ିଶା ପୋଲିସର ନିଦ ହଜାଇ ଦେଇଥିଲେ ।

୯ ପୁରୁଷ ଧରି ଲୁଟପାଟକୁ କୂଳ ବେଉସା କରିଥିବା ଇରାନି ଗ୍ୟାଙ୍ଗ ସାରା ଦେଶରେ ଚଳାଇଥିଲେ କାରନାମା । କେତବେଳେ ସିବିଆଇ ଅଫିସର ତ ଆଉ କେତେବେଳେ ଏନସିବି, କଷ୍ଟମ ଅଧିକାରୀ, ସ୍ପେଶାଲ ବ୍ରାଞ୍ଚ ଅଫିସର କହି ରାସ୍ତାରେ ଲୋକଙ୍କୁ ଲୁଟୁଥିଲେ। ସୁନା ଚେନ ପିନ୍ଧିଥିବା ମହିଳାଙ୍କୁ ବାଟରେ ଅଟକାଇ ନିଆରା ଢଙ୍ଗରେ ଲୁଟୁଥିଲେ । ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ପାଖାପାଖି ୧୧ ଟି ଲୁଟପାଟ କରିଥିବା ନେଇ ପୋଲିସ ସୁରାକ ପାଇଛି । ଏହି ନକଲି ପୋଲିସ ଗ୍ୟାଙ୍ଗଠାରୁ ସାଢେ ୩ ଲକ୍ଷ ଟଙ୍କା, ନକଲି ଆଇକାର୍ଡ, ଗ୍ରହ ପଥର , ଚୋରି ସୁନା ଗହଣା ସହ ଗୋଟିଏ କାର, ୨ ଟି ବାଇକ ଓ ୬ ଟି ମୋବାଇଲ ଫୋନ ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ । ରାଜ୍ୟକୁ ରାଜ୍ୟ ବୁଲି ଏମାନେ କରୁଥିଲେ ଲୁଟପାଟ । ହିନ୍ଦୀଭାଷା କହୁଥିବାରୁ ଓଡ଼ିଶାରେ ଧରାପଡ଼ିଗଲେ । ମହାରାଷ୍ଟ୍ରରେ ସର୍ବାଧିକ କେସ୍‌ କରିଥିଲେ ବି ପୋଲିସ ଏହି ଗ୍ୟାଙ୍ଗକୁ ଧରିପାରି ନଥିଲା । ଗୋଟିଏ ରାଜ୍ୟରେ ୨ରୁ୩ଟି କେସ୍‌ କରିବା ପରେ ଅନ୍ୟ ରାଜ୍ୟକୁ ଚାଲି ଯାଉଥିଲେ । ତିନି ୪ ମାସ ପରେ ପୁଣିଥରେ ସେହି ରାଜ୍ୟକୁ ଆସି ଅପରେସନ୍‌ ଆରମ୍ଭ କରୁଥିଲେ । କିଛିଦିନ ହେବ ବଡ଼ ବଡ଼ ଦୋକାନରେ ପଶି ଚେକିଂ ବାହାନାରେ ଲୁଟପାଟ କରିବା ଆରମ୍ଭ କରି ଦେଇଥିଲେ ।