/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724671772.jpg)
gold silver seized
ଭୁବନେଶ୍ବର ବିମାନବନ୍ଦର ପାଖରୁ ବିପୁଳ ପରିମାଣର ସୁନା ଓ ରୁପା ଜବତ। ଟଙ୍କାବୁହା ଗାଡ଼ିରୁ ମିଳିଲା ୫୦ କେଜି ସୁନା ଓ ୨ କ୍ବିଣ୍ଟାଲ ରୁପା । ସିଟି ଜିଏସଟି ବିଭାଗ ଚଢ଼ାଉ କରି ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ ବୋଲି କୁହାଯାଉଛି। ୨ଟି ଗାଡ଼ିରେ ସୁନା, ରୁପା ଆସୁଥିବା ବେଳେ ଧରିଥିଲା ସ୍କ୍ବାଡ୍ ।
ତେବେ କେଉଁଠାରୁ ଏହି ସୁନା ଆସୁଥିଲା ? ଏତେ ପରିମାଣର ସୁନା, ରୁପା କାହାର ସ୍ପଷ୍ଟ ହୋଇପାରି ନାହିଁ । ୨ଟି ଗାଡ଼ିରେ ଥିବା ୪ ଜଣଙ୍କୁ ସିଟି-ଜିଏସଟି ଟିମ୍ ପଚରାଉଚରା ଚଳାଇଛି ।
ଏପଟେ ଅଳଙ୍କାର ଲୁଟ୍ ଘଟଣାରେ ସିଆରପିଏଫ୍ ଯବାନ ସହ ୫ ଜଣଙ୍କୁ ବାନ୍ଧିଲା ପୋଲିସ । ଗଞ୍ଜାମ ଧରାକୋଟ ଥାନା ସୁନାମୋହି ଗ୍ରାମର ଶ୍ରୀରୁଦ୍ର ସାଇ ସୁନା ଦୋକାନରୁ ଲୁଟ ଘଟଣାରେ ପୋଲିସକୁ ମିଳିଛି ସଫଳତା । ୫ ଜଣକୁ ଗିରଫ କରିବା ସହ ୨ କେଜି ରୁପା, ଦେଢ଼ଶହ ଗ୍ରାମର ସୁନା ସହ ନଗଦ ୫୮ ହଜାର ଟଙ୍କା ଜବତ ହୋଇଛି ।
ଏହି ମାମଲାରେ ଅନ୍ତଃରାଜ୍ୟ ଡକାୟତ ଦଳର ସମ୍ପୃକ୍ତି ରହିଥିବା ବେଳେ ଜଣେ କାର୍ଯ୍ୟରତ ବିହାରୀ CRPF ଯବାନଙ୍କ ଦ୍ୱାରା ଏହି ଗ୍ୟାଙ୍ଗ ପରିଚାଳିତ ହେଉଥିବା ପୋଲିସକୁ ଅଧିକ ଚକିତ କରିଛି। ଡକାୟତଙ୍କୁ ଧରିବା ପାଇଁ ପୋଲିସ ମହାରାଷ୍ଟ୍ର ଅଞ୍ଚଳକୁ ଯାଇଥିଲା । ଏହି ମାମଲାରେ 8 ଜଣଙ୍କ ସଂମ୍ପୃକ୍ତି ଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ଚେର ଲମ୍ବିଛି। ଗତ ଜୁଲାଇ 13 ତାରିଖ ସଂଧ୍ୟାରେ ଶ୍ରୀରୁଦ୍ର ସାଇ ସୁନା ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ 3 କେଜି ସୁନା ଓ 8 କେଜି ରୁପା ଅଳଙ୍କାର ଓ ନଗଦ 2 ଲକ୍ଷ ଟଙ୍କା ଲୁଟ ନେଇଥିଲେ ଦୁର୍ବୃତ୍ତ ।
-ଭୁବନେଶ୍ୱର: ଟଙ୍କା ବୁହା ଗାଡ଼ିରୁ ୫୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ
-ଏୟାରପୋର୍ଟ ପାଖରୁ ଯାଞ୍ଚ କରି ଧରିଲେ ସିଟି-ଜିଏସ୍ଟି ସ୍କ୍ୱାଡ୍
-ଜବତ ସୁନା, ରୁପାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା#Bhubaneswar#Crime#GoldSeizedpic.twitter.com/3bE0Zfqfgo— ଓଟିଭି (@otvkhabar) August 26, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)