• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଜବ ପ୍ରେମ । ୪୭ ବର୍ଷିୟ ଜଣେ ଶିକ୍ଷକଙ୍କ ଅଜବ ପ୍ରେମ ନିଶା । ତାକୁ ଆପଣ ପ୍ରେମ କହିବେ ନା କାମନା, ତାହା ଆପଣଙ୍କ ଉପରେ ନିର୍ଭର କରେ । ଆପଣ ଭାବୁଥିବେ, ଅଚାନକ ଆମେ ଏହି କଥା କାହିଁକି କହୁଛୁ । ଶିକ୍ଷକଙ୍କ ବିରୋଧରେ ଆମେ କାହିଁକି ଏଭଳି ଲାଞ୍ଛନା ଲଗାଉଛି । ଗୁରୁ ହେଉଛନ୍ତି ବ୍ରହ୍ମା- ବିଷ୍ଣୁ- ମହେଶ୍ୱର । ତେଣୁ ଗୁରୁଙ୍କ ବିରୋଧରେ ଏଭଳି କହିବା ଆଦୌ ଉଚିତ୍‌ ନୁହେଁ । ତେବେ ପୁରା କାହାଣୀ ଜାଣିଲେ ଆପଣ ବି ସେହିଭଳି ଗୁରୁଙ୍କୁ ନିନ୍ଦା କରିବାକୁ ପଛାଇବେ ନାହିଁ । ଏବେ ଆସନ୍ତୁ ଜାଣିବା ଶିକ୍ଷକଙ୍କ ଅଜବ ପ୍ରେମ କାହାଣୀ ବିଷୟରେ ।

ଏହି ଘଟଣା ହେଉଛି ଉତ୍ତର ପ୍ରଦେଶ କନୌଜ୍ ଜିଲ୍ଲାର । ୪୭ ବର୍ଷିୟ ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଜ ଛାତ୍ରୀଙ୍କୁ ଲେଖିଛନ୍ତି ପ୍ରେମ ପତ୍ର । ତାହା ପୁଣି ୧୩ ବର୍ଷିୟ ଛାତ୍ରୀ । ଯିଏ କି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି । ଏବେ ଆପଣ କୁହନ୍ତୁ ଏହା ଶିକ୍ଷକଙ୍କ ଶାସ୍ୱତ ପ୍ରେମ ନା ଆଉ କିଛି । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଏକ A4 ସାଇଜ୍‌ର ପେପରରେ ପ୍ରେମ ବାର୍ତ୍ତା ଦେଇ ଶିକ୍ଷକ ଲେଖିଥିଲେ ଚିଠି । ଆଉ ସେହି ଚିଠି ପଢ଼ିସାରିବା ପରେ ଚିରି ଫିଙ୍ଗିଦେବାକୁ କହିଥିଲେ ଶିକ୍ଷକ । ତେବେ ଛାତ୍ରୀ ଜଣଙ୍କୁ କିନ୍ତୁ ଚିଠି ନେଇ ନିଜ ପିତା-ମାତାଙ୍କୁ ଧରାଇଦେଇଥିଲେ । ଶିକ୍ଷକଙ୍କ ଏଭଳି ଚିଠି ଦେଖିବା ପରେ ଛାତ୍ରୀଙ୍କ ପିତା ମାତା ଥାନାର ଦ୍ୱାରସ୍ଥ ହୋଇଥିଲେ । ଶିକ୍ଷକଙ୍କ ନାଁରେ ଥାନାରେ ଝିଅକୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।

ତେବେ କାହାଣୀଟି ଏତିକିରେ ସରି ନାହିଁ । ପୁରା ଘଟଣାଟି ହେଲା, ଚିଠି ପାଇବା ପରେ ଛାତ୍ରୀଙ୍କ ପିତା ମାତା ଉକ୍ତ ଶିକ୍ଷକଙ୍କ ପାଖକୁ ଯାଇଥିଲେ । ଆଉ ଶିକ୍ଷକଙ୍କୁ ଏଭଳି ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ । ହେଲେ ଶିକ୍ଷକ କ୍ଷମା ପ୍ରାର୍ଥନା କରିବା ବଦଳରେ ଓଲଟି ଧମକ ଚମକ ଦେଇଥିଲେ । ଏମିତିକି ତାଙ୍କ ମୁହଁରେ ଟିକେ ବି ଲାଜ କି ସରମ ନଥିଲା । ଖାଲି ସେତିକି ନୁହେଁ ଶିକ୍ଷକ ଜଣକ ଜୋରରେ ପାଟି କରିବା ସହ ଛାତ୍ରୀଙ୍କୁ ଉଭାନ୍‌ କରିଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।

ଏବେ ଆସିବା ଚିଠି ଉପରକୁ । ଶିକ୍ଷକ ଜଣକ ନିଜ ଚିଠିରେ ପ୍ରଥମେ ଛାତ୍ରୀଙ୍କ ନାଁ ଲେଖିଥିଲେ । ଆଉ ସେଇଠୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ପ୍ରେମ ବାର୍ତ୍ତା । ସେ ଛାତ୍ରୀଙ୍କ ପାଇଁ ଲେଖିଛନ୍ତି ଯେ, ‘ମୁଁ ତୁମକୁ ଖୁବ୍‌ ଭଲ ପାଏ । ତୁମକୁ ଖୁବ୍‌ ମିସ୍‌ କରେ । ଛୁଟି ସମୟରେ ତମେ ନଥିଲେ ମୋତେ ଜମା ଭଲ ଲାଗୁନି । ଛୁଟି ପୂର୍ବରୁ ମୋ ପାଖକୁ ଟିକେ ଆସିବ । ମୋ ସହ ଭେଟ ହେବ । ଯଦି ମୋତେ ତୁମେ ସତରେ ଟିକେ ବି ଭଲ ପାଉଥିବ ତେବେ ନିଶ୍ଚୟ ଭେଟିବାକୁ ଆସିବ । ସୁଯୋଗ ପାଇଲେ ମୋତେ ଟିକେ କଲ କରିବ । ମୁ ତୁମକୁ ବହୁତ ଭଲ ପାଏ । ସବୁବେଳେ ଏମିତି ଭଲ ପାଉଥିବି । ଚିଠି ପଢ଼ିସାରି ଚିରିଦେବ, ଆଉ କାହାକୁ ଦେଖାଇବ ନାହିଁ । ତେବେ ଏହି ପୁରା ଘଟଣା ଜଣାପଡ଼ିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।