Advertisment

Man Killed Wife: ଭିଡିଓ କଲ୍‌ରେ ଝୁଲୁଥିଲା ଶବ, ୪ ବର୍ଷର ଝିଅ କହିଲା- 'ମାଆକୁ ଟାଙ୍ଗିଦେଲେ ବାପା...'

୪ ବର୍ଷର ଝିଅ ଆଗରେ ତା' ମାଆକୁ ମାରି ଟାଙ୍ଗିଦେଲା ବାପା । ଜେଜେମାଆକୁ ଭିଡିଓ କଲ୍ କରି ମାଆର ମରଶରୀର ଦେଖାଇଲା ଶିଶୁକନ୍ୟା ।

ଅଦ୍ୟତନ ହୋଇଛି
hanging body

hanging body

Advertisment

'ବାପା ମମିକୁ ରଶିରେ ଟାଙ୍ଗି ଦେଇଛନ୍ତି, ମମି ହଲଚଲ୍ ହେଉନି କି କିଛି କଥା କହୁନି...' ଏହା ଥିଲା ଏମିତି ଏକ ଭିଡିଓ କଲ୍ ଯାହାକୁ କେବେ କେହି କରିବାକୁ ଚାହିଁବେ ନା ଦେଖିବାକୁ ଚାହିଁବେ । ଏହି କଲ୍ କରିଥିଲା ଜଣେ ୪ ବର୍ଷର ନିଷ୍ପାପ ଶିଶୁକନ୍ୟା । ଯାହାର ବାପା ତା' ମାଆର ଶବକୁ ଆଖି ଆଗରେ ଝୁଲାଇ ଦେଇଥିଲା । ଏହି ହୃଦୟ ବିଦାରକ ଘଟଣାଟି ଉତ୍ତରପ୍ରଦେଶ ଗାଜିଆବାଦର । ପୁରା ଘଟଣା ଶୁଣିଲେ ଆପଣଙ୍କ ଆଖି ଓଦା ହୋଇଯିବ । 

Advertisment

ମୃତ ମହିଳା ହେଲେ ୩୫ ବର୍ଷୀୟ ରୁବି ରାଣୀ ।  ସେ ମୋରଦାବାଦର ଏକ ପ୍ରାଥମିକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ । ୨୦୧୯ରେ ରୁବି ମୋଦିନଗର ନିବାସୀ ରୋହିତ କୁମାରଙ୍କୁ ବିବାହ କରିଥିଲେ । ରୋହିତ ପେଶାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ଦୁହେଁ ନିଜର ୪ ବର୍ଷର ଝିଅ ସହ ମୋରଦାବାଦର ବୁଦ୍ଧବିହାର ଅଞ୍ଚଳରେ ଭଡା ଘରେ ରହୁଥିଲେ ।

ଅଧିକ ପଢ଼ନ୍ତୁ : ଥାନାରେ ଥାର୍ଡ ଡିଗ୍ରୀ ! ପତିପତ୍ନୀଙ୍କ ଝଗଡ଼ାରେ ସ୍ବାମୀକୁ ପୋଲିସର ନିସ୍ତୁକ ମାଡ଼ଗଲେ ନେଇଗଲେ...

Advertisment

ବୁଧବାର ସନ୍ଧ୍ୟାରେ ୪ ବର୍ଷର ଶିଶୁକନ୍ୟା ନିଜ ଜେଜେମାଆକୁ (ରୁବିଙ୍କ ମାଆ) ଭିଡିଓ କଲ୍ କରିଥିଲା । ଆଉ ଭିଡିଓ କଲରେ ଯାହା ଦେଖାଇଥିଲା ତାକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ଜେଜେମାଆ । ମୋବାଇଲ ସ୍କ୍ରିନ ଆଗରେ ଝୁଲୁଥିଲା ଝିଅର ନିସ୍ତେଜ ଶରୀର । ଶିଶୁକନ୍ୟା କହିଥିଲା ଯେ, ବାପା ମମିକୁ ରଶିରେ ଏମିତି ଟାଙ୍ଗି ଦେଇଛନ୍ତି । ମମି କିଛି କଥା କହୁନାହାନ୍ତି କି ହଲଚଲ ହେଉନାହାନ୍ତି । ନାତୁଣୀ ମୁହଁରେ ଏକଥା ଶୁଣି ଜେଜେମାଆର ପାଦ ତଳୁ ମାଟି ଖସିଯାଇଥିଲା । ସେ ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ ।

ସୂଚନା ଅନୁସାରେ, ରୋହିତଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ସେ ରୁବିଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ ଏବଂ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଗତ ବୁଧବାର ଦିନ ରୋହିତ ରୁବିଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ୟୁପିଆଇ ଜରିଆରେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା । ଏହି ସ୍ୱାମୀ-ସ୍ତ୍ରୀ ଗାଜିଆବାଦର ମୋଦିନଗରରେ ଏକ ଘର କିଣିଥିଲେ । ରୋହିତ କିଛି ଦିନ ହେବ ଘରର କିସ୍ତି ଦେବା ବନ୍ଦ କରିଦେଇଥିଲା ଏବଂ ରୁବି ଏକା କିସ୍ତି ପୈଠ କରୁଥିଲେ ।

Advertisment

ରୁବିଙ୍କ ପରିବାର ଲୋକେ ପୋଲିସ ଆଗରେ କହିଛନ୍ତି, ''ରୋହିତ ସେହି ଘରଟିକୁ ବିକିବାକୁ ଚାହୁଁଥିଲା । ହେଲେ ରୁବି ମନା କରିବାରୁ ସେ ତାକୁ ମାରପିଟ୍ କରୁଥିଲା ।'' ଏହାକୁ କେନ୍ଦ୍ରକରି ରୋହିତ ହିଁ ତାଙ୍କ ଝିଅକୁ ହତ୍ୟା କରିବା ପରେ ଟାଙ୍ଗି ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । 

ଅନ୍ୟପଟେ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଘଟଣା ପୂର୍ବରୁ ରୁବି ରୋହିତକୁ କଲ୍ କରି ସେ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ସ୍ପଷ୍ଟ କରିନି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିବା ସହ ତା'ର ମୋବାଇଲ, ଲ୍ୟାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ପ୍ରମାଣ ଜବତ କରିଛି । ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି ।

ଅଧିକ ପଢ଼ନ୍ତୁ : ମହିଳା ଆଇଆଇସିଙ୍କ ଚିତ୍କାର; ନେଇଗଲେ ନେଇଗଲେ...

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ