Advertisment

Blasphemy in Pakistan: ଅନଲାଇନ୍‌ରେ ଭଗବାନ୍‌ଙ୍କୁ ଗାଳି ପଡ଼ିଲା ମହଙ୍ଗା; ୪ ଜଣଙ୍କୁ ଫାଶୀ ଦଣ୍ଡ ଦେଲେ କୋର୍ଟ

ସୋସିଆଲ୍ ମିଡିଆରେ ଧର୍ମକୁ ନିନ୍ଦା କରିବା ଓ ଈଶ୍ୱରଙ୍କୁ ନିନ୍ଦା କରିବା ଭଳି ବିଷୟବସ୍ତୁ ସେୟାର କରିବା ମାମଲାରେ ଶୁକ୍ରବାର ଚାରି ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଅଭିଯୋଗ ପରେ ମୋବାଇଲରୁ ମିଳିଥିବା ତଥ୍ୟକୁ ଫରେନସିକ୍ ଲ୍ୟାବରେ ଯାଞ୍ଚ କରାଯିବା ପରେ ଦୋଷୀଙ୍କ ବିରୁଦ୍ଧରେ ଏହି ରାୟ ଦିଆଯାଇଛି।

ଅଦ୍ୟତନ ହୋଇଛି
4 Men Sentenced To Death

4 Men Sentenced To Death

Advertisment

ଇରାନ୍ ରାସ୍ତାରେ ପାକିସ୍ତାନ। ଈଶ୍ୱରଙ୍କୁ ନିନ୍ଦା କରିବା ପଡ଼ିଲା ମହଙ୍ଗା। ମୃତ୍ୟୁ ଦଣ୍ଡ ଦେଲେ କୋର୍ଟ। ପାକିସ୍ତାନର ଏକ କୋର୍ଟ ୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ସୋସିଆଲ୍ ମିଡିଆରେ ଈଶ୍ୱରଙ୍କୁ ନିନ୍ଦା ସହ ଧର୍ମକୁ ନିନ୍ଦା କରିବା ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି। ଇରାନରେ ଏପରି ଦଣ୍ଡ ସାଧାରଣ ହୋଇଥିବା ବେଳେ ଏବେ ରାୱଲପିଣ୍ଡିର ଏକ କୋର୍ଟ ମଧ୍ୟ ସମାନ ଧାରାରେ ୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ପାକିସ୍ତାନ ବ୍ଲାସଫେମି ଲିଗାଲ୍ କମିଶନ (LCBP)ର ଓକିଲ ଅବଦୁଲ ରହିମ ଏହି ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, ୱାଜିଦ ଅଲି, ଆହଫାକ ଅଲି ସାକିବ, ରାଣା ଉସମାନ ଏବଂ ସୁଲେମାନ ସାଜିଦଙ୍କୁ ଏହି ମୃତ୍ୟୁ ଦଣ୍ଡ ମିଳିଛି। ଅତିରିକ୍ତ ସେସନ୍ସ ଜଜ୍ ମହମ୍ମଦ ତାରିକ ଆୟୁବ ଏହି ସଜା ଶୁଣାଇଛନ୍ତି। କୋର୍ଟ ଅଧିକାରୀ କହିଛନ୍ତି ଯେ ଦୋଷୀମାନେ ଚାରୋଟି ଭିନ୍ନ ଭିନ୍ନ ଆଇଡି ବ୍ୟବହାର କରି ଫେସବୁକରେ ଈଶ୍ୱର ନିନ୍ଦା ବିଷୟବସ୍ତୁ ଅପଲୋଡ କରିଥିଲେ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଏବଂ ସାକ୍ଷୀଙ୍କ ବୟାନ ଶୁଣିବା ପରେ ପ୍ରତ୍ୟେକଙ୍କୁ ପୃଥକ ପୃଥକ ମାମଲାରେ ମୃତ୍ୟୁଦଣ୍ଡ ସହିତ ୮୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଦୋଷୀମାନଙ୍କୁ ୫୨ ଲକ୍ଷ ପାକିସ୍ତାନ ଟଙ୍କା ଜରିମାନା କରାଯାଇଛି।

ଅବଦୁଲ ରହିମ କହିଛନ୍ତି, "ସୋସିଆଲ୍ ମିଡିଆରେ ଧର୍ମକୁ ନିନ୍ଦା କରିବା ଓ ଈଶ୍ୱରଙ୍କୁ ନିନ୍ଦା କରିବା ଭଳି ବିଷୟବସ୍ତୁ ସେୟାର କରିବା ମାମଲାରେ ଶୁକ୍ରବାର ଚାରି ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଅଭିଯୋଗ ପରେ ମୋବାଇଲରୁ ମିଳିଥିବା ତଥ୍ୟକୁ ଫରେନସିକ୍ ଲ୍ୟାବରେ ଯାଞ୍ଚ କରିଯାଇଥିବା। ଏହାପରେ ଦୋଷୀଙ୍କ ବିରୁଦ୍ଧରେ ଏହି ରାୟ ଦିଆଯାଇଛି। ତଥାପି, ଦଣ୍ଡ କେବେ ଦିଆଯିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ପାକିସ୍ତାନ ଟ୍ରିବ୍ୟୁନ୍ ଅନୁଯାୟୀ, ପରିବାର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେବେ।

Advertisment

ଅଧିକ ପଢନ୍ତୁ : ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

ଆଜି ପର୍ଯ୍ୟନ୍ତ, ପାକିସ୍ତାନରେ ଏପରି ମାମଲାରେ କାହାକୁ ମୃତ୍ୟୁଦଣ୍ଡ ଦିଆଯାଇ ନାହିଁ। ଯଦିଓ ଅନେକ ମାମଲାରେ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି, କିନ୍ତୁ ପରେ ସେମାନଙ୍କୁ ଆପିଲରେ କ୍ଷମା କରାଯାଇଛି। ମାତ୍ର ଇରାନରେ ଏନେଇ କଠୋର ଆଇନ ଅଛି ଏବଂ ସେଠାରେ ଈଶ୍ୱରଙ୍କୁ ନିନ୍ଦା ପାଇଁ ଅନେକ ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଆପଣଙ୍କୁ କହିରଖୁଛୁ ଯେ, ପାକିସ୍ତାନରେ ଈଶ୍ୱର ନିନ୍ଦା ମାମଲାଗୁଡ଼ିକର ସମାଧାନ ପାଇଁ ଏକ ପୃଥକ ଆଇନଗତ କମିଶନ ଅନ୍ ବ୍ଲାସ୍ଫେମି ପାକିସ୍ତାନ (LCBP) ଗଠନ କରାଯାଇଛି।

Advertisment

ଇରାନରେ ଈଶ୍ୱର ନିନ୍ଦା ପାଇଁ ଦଣ୍ଡ

ଇରାନର ଆଇନ ଅନୁଯାୟୀ, ଈଶ୍ୱର ନିନ୍ଦାର ଦଣ୍ଡ ମୃତ୍ୟୁ। କିନ୍ତୁ ଏହା ସହିତ ଜଡିତ ମାମଲାରେ କ୍ଷମା ପାଇବାର ସୁଯୋଗ ବହୁତ କମ୍। ଇରାନର ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି କ୍ରୋଧରେ, ମାନସିକ ଅସୁସ୍ଥତା ଯୋଗୁଁ କିମ୍ବା ଭୁଲ ବଶତଃ ଏପରି କରନ୍ତି, ତେବେ ତାଙ୍କୁ ୭୪ ଚାବୁକ ପାହାର ଦଣ୍ଡ ଦିଆଯାଏ। ୮ ମଇ ୨୦୨୩ରେ, ଇରାନ ଏକ ଈଶ୍ୱର ନିନ୍ଦା ମାମଲାରେ ଦୁଇ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା।

ଅଧିକ ପଢନ୍ତୁ : ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Pakistan Capital Punishment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ