/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673592002.jpg)
4 huge boxes of cash seized from passenger in Cuttack
କଟକରେ ବସ୍ରୁ ଜଣେ ଯାତ୍ରୀଙ୍କ ନିକଟରୁ ୪ ପେଟି ଟଙ୍କା ଜବତ ହୋଇଛି। କଟକ ରୁ କୋଲକାତା ଯାଉଥିବା ବସ୍ରୁ ଏହି ଟଙ୍କା ଜବତ ହୋଇଥିଲା। ଘଟଣାରେ ପୋଲିସ୍ ଜଣଙ୍କୁ ଅଟକ ରଖିଛି। ତାଙ୍କ ନାଁ ସୁକୁମାର ସାଓ। ପୋଲିସ୍ ତାଙ୍କୁ ପଚରାଉଚରା ଚଳାଇଛି।
Advertisment
ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ସନ୍ଦେହରେ ଟାଙ୍ଗୀ ଟୋଲ୍ଗେଟ୍ ନିକଟରେ କଟକ ଜିଲ୍ଲା ଅବକାରୀ ବିଭାଗର ଚଢାଉ କରିଥିଲା। ଚଢ଼ଉ ବେଳେ ବସ୍ରୁ ଜଣେ ଯାତ୍ରୀଙ୍କ ନିକଟରୁ ୪ ପେଟି ଟଙ୍କା ଜବତ ହୋଇଛି। ଏଥିରେ ୮୦ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି। ଏହି ଟଙ୍କା କଟକରୁ ଏକ ଘରୋଇ ବସ୍ରେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବୋଲି ନେଇ ସୂଚନା ମିଳିଛି।
ଜବତ ଟଙ୍କା କଳାଧନ ବୋଲି ସୁକୁମାର ସ୍ୱୀକାର କରିଛନ୍ତି। ତାଙ୍କ ଭିଣୋଙ୍କ କଟକ ବାଲୁ ବଜାରରେ ଏକ ଗହଣା ଦୋକାନ ଅଛି। ଏହି ଟଙ୍କା ସେହି ଗହଣା ଦୋକାନର ବୋଲି ସନ୍ଦେହ କରାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)