Advertisment

ବୁଲେଟ୍ ଦେଇନପାରିବାରୁ ନୂଆବୋହୂକୁ ଝୁଲାଇଦେଲେ !

ବର ପକ୍ଷରୁ ଦାବି ମୁତାବକ ଯାନି ଯୌତୁକ ସହ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ବାକି ରହିଯାଇଥିଲା ବୁଲେଟ। ବୁଲେଟ ଆଣିବା ପାଇଁ ବୋହୂ ଉପରେ ଶାଶୂଘର ଲୋକେ ବାରମ୍ବାର ଚାପ ପକାଉଥିଲେ।

author-image
Chandan Shishu
ବୁଲେଟ୍ ଦେଇନପାରିବାରୁ ନୂଆବୋହୂକୁ ଝୁଲାଇଦେଲେ !

Subhadra and Dillip

ନୟାଗଡ: ଝିଅକୁ ବାହା ଦେଇ କେତେ ଯେ ଖୁସିଥିଲେ ବାପା, କିନ୍ତୁ ଜାଣିନଥିଲେ ଦିନେ ଏଇ ଖୁସି ଚୁରମାର ହୋଇଯିବ। ଯୌତୁକର ଫାଶରେ ଚାଲିଗଲା ନବବଧୂର ଜୀବନ। ବୁଲେଟ ପାଇଁ ଚାଲିଗଲା ନବବଧୂର ଜୀବନ l ବିବାହର ୩ ମାସ ମଧ୍ୟରେ ବୁଲେଟ୍ ଦେଇନପାରିବାରୁ ବୀଭତ୍ସ ଭାବେ ହତ୍ୟା କରି ଶାଶୂଘର ଲୋକେ ପଙ୍ଖାରେ ଟାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି ନୟାଗଡ଼ ସଦର ଥାନା ଅଞ୍ଚଳରୁ। ଦଶପଲ୍ଲା ଥାନା ମଧୁପୁର ଗାଁର ସ୍ବର୍ଗତ ବାମଦେବ ନାୟକଙ୍କ ଝିଅ ସୁଭଦ୍ରା ନାୟକଙ୍କୁ ନୟାଗଡ଼ ସଦର ଥାନା ବାଲୁଙ୍ଗା ନିକଟସ୍ଥ ଖେଡ଼ପଡ଼ା ଗାଁର ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ସୁଭଦ୍ରା ଦିଲ୍ଲୀପ ନାୟକଙ୍କୁ ବିବାହ କରିଥିଲେ। ବର ପକ୍ଷରୁ ଦାବି ମୁତାବକ ଯାନି ଯୌତୁକ ସହ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ବାକି ରହିଯାଇଥିଲା ବୁଲେଟ। ବୁଲେଟ ଆଣିବା ପାଇଁ ବୋହୂ ଉପରେ ଶାଶୂଘର ଲୋକେ ବାରମ୍ବାର ଚାପ ପକାଉଥିଲେ।ା ଏଥିପାଇଁ ଅନେକ ସମୟରେ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ ଗତକାଲି ବିଳମ୍ବିତ ରାତିରେ ରହସ୍ୟଜନକ ଭାବେ ସୁଭଦ୍ରାଙ୍କ ଝୁଲନ୍ତା ମୃତଦେହ ଶାଶୂଘରୁ ମିଳିଥିଲା। ତେଣୁ ସୁଭଦ୍ରାଙ୍କ ବାପଘର ଲୋକେ ନୟାଗଡ଼ ସଦର ଥାନାରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରିବା ସହ ଖୋର୍ଦ୍ଧା ଏବଂ ନୟାଗଡ଼ ଫରେନସିକ ଟିମ ସହାୟତାରେ ତଦନ୍ତ କରି ସ୍ୱାମୀ ଦିଲ୍ଲୀପଙ୍କୁ ଅଟକ ରଖିଛି। ତେବେ ଏନେଇ ଦିଲ୍ଲୀପ ନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।  

Advertisment
Odisha News Nayagarh Odisha Police Bridegroom
Advertisment
Advertisment