• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟୋଲ୍ ପ୍ଲାଜାରେ ବ୍ଲାଙ୍କ ଫାୟାରିଂ କରି ଖସିଯାଉଥିଲେ, ଫିଲ୍ମି ଷ୍ଟାଇଲରେ ଗହୀର ମଝିରୁ ଧରାପଡ଼ିଲେ ଦୁର୍ବୃତ୍ତ । ପିପିଲି ଅଞ୍ଚଳରେ ଆଜି ଭୋର ୫ଟା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ପିପିଲି ଟୋଲ୍ ପ୍ଲାଜାରେ ଫାୟାରିଂ ଘଟଣାରେ ପୋଲିସ ୩ ଦୁର୍ବୃତ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଚମ୍ପଟ ମାରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏକ କାରରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ ୫ ଜଣ ଯୁବକ । ପିପିଲି ଟୋଲ୍ ପ୍ଲାଜାରେ ପହଞ୍ଚିବା କ୍ଷଣି, ସେଠାରେ ଟୋଲ୍ ଦେୟକୁ ନେଇ ଟୋଲଗେଟ୍ କର୍ମଚାରୀଙ୍କ ସହ ବିବାଦ ଦେଖାଦେଇଥିଲା। କିଛି ସମୟର ପାଟିତୁଣ୍ଡ ପରେ ୫ ଯୁବକ ଟୋଲ ଦେୟ ପୈଠ କରି କିଛି ଦୂରକୁ ଯାଇଥିଲେ । ପରେ ସେହି କାରରୁ ଓହ୍ଲାଇ ଆସି ଜଣେ ଯୁବକ ଟୋଲଗେଟ୍ ନିକଟରେ ବ୍ଲାଙ୍କ ଫାୟାରିଂ କରିଥିଲେ ଏବଂ ଆକ୍ରମଣ ବି କରିଥିଲେ । ଏହାପରେ ଘଟଣାସ୍ଥଳରୁ ଦ୍ରୁତଗତିରେ ଖସି ପଳାଇଥିଲେ। 

ଏସଂପର୍କରେ ପୋଲିସ ସୂଚନା ପାଇବା ସହ ପୁରୀ, ନିମାପଡ଼ା, କୋଣାର୍କ ଆଦି ରାସ୍ତାକୁ ସିଲ୍ କରିବା ସହ ଛକି ବସିଥିଲା। ଶେଷରେ ନିମାପଡ଼ା ଅରିଷଣ୍ଢ ନିକଟ ଡଗରାସାହି ଗହୀରରେ କାର୍ ଛାଡ଼ି ଖସି ପଳାଉଥିବାବେଳେ ୫ ଦୁର୍ବୃତ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗହିର ମଝିରେ ଗୋଡ଼ାଇ ଧରିଥିଲା ପୋଲିସ।