• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଲକ୍ଷ୍ମୀପୁର ଥାନା ତୋୟାପୁଟରେ । ଗୋଟିଏ ଘରୁ ମିଳିଛି ସ୍ୱାମୀ, ସ୍ତ୍ରୀ ଏବଂ ଛୁଆର ମୃତଦେହ । ସ୍ୱାମୀ ଲିଙ୍ଗା ବିଷୋଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ପାଖରେ ଥିବା ସୋଫାରୁ ସ୍ତ୍ରୀଙ୍କ ମୃତଦେହ ମିଳିଛି ।ଛୋଟ ଛୁଆର ମରଶରୀର ସୋଫା ତଳେ ପଡ଼ି ରହିଛି । ଏଭଳି କିଛି ଛାତି ଥରିଲା ଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କେମିତି ଏଭଳି ଘଟଣା ଘଟିଲା ସେନେଇ ଲକ୍ଷ୍ମୀପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ସେପଟେ କରଞ୍ଜିଆରେ କେନାଲକୁ ଖସି ପଡ଼ି ୩ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି । ହାତୀବାରି ନିକଟ ଦେଓ କେନାଲକୁ ଖସି ପଡ଼ିଥିଲା ବାଇକ୍ । ଗୋଟିଏ ବାଇକରେ ୪ ଜଣ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଗୁରୁତର ଆହତ ଜଣଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।