Advertisment

Suspended PEO Nabbed by Vigilance: ପେଶା ସରକାରୀ ଚାକିରି, ନିଶା ଅନଲାଇନ୍ ବେଟିଂ; ବାବୁଙ୍କୁ ଘାରିଛି ରାତାରାତି କୋଟିପତି ହେବାର ନିଶା...

ସରକାରୀ ଅର୍ଥକୁ ଅନଲାଇନ୍ କ୍ରିକେଟ୍ ବେଟିଂ ଆପରେ ଲଗାଇ ଦୁଇ ଦୁଇ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫସିବାକୁ ନେଇ ଏବେ ଚର୍ଚ୍ଚା। କାଲି ଗଞ୍ଜାମ ରାଧାଦେଇପୁର ପିଇଓ, ଆଉ ଆଜି କଳାହାଣ୍ଡି ତଳନାଗି ଓ ପୋଡ଼ାପଦରର ପୂର୍ବତନ ପିଇଓ ବନ୍ଧା ହୋଇଛନ୍ତି।

Suspended PEO Nabbed by Vigilance Kalahandi

Suspended PEO Nabbed by Vigilance Kalahandi

Advertisment

ପେଶା ସରକାରୀ ଚାକିରି, ନିଶା ଅନଲାଇନ୍ ବେଟିଂ। ଲକ୍ଷେ କି ଦୁଇ ଲକ୍ଷ ନୁହଁ। କୋଟି କୋଟିରେ ଖେଳ। ସରକାରୀ ଅର୍ଥକୁ ଅନଲାଇନ୍ କ୍ରିକେଟ୍ ବେଟିଂ ଆପରେ ଲଗାଇ ଦୁଇ ଦୁଇ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫସିବାକୁ ନେଇ ଏବେ ଚର୍ଚ୍ଚା। କାଲି ଗଞ୍ଜାମ ରାଧାଦେଇପୁର ପିଇଓ, ଆଉ ଆଜି କଳାହାଣ୍ଡି ତଳନାଗି ଓ ପୋଡ଼ାପଦରର ପୂର୍ବତନ ପିଇଓ ବନ୍ଧା ହୋଇଛନ୍ତି। ତେବେ କେମିତି ଫସିଲେ ଦୁଇ ଯୁବ ସରକାରୀ ବାବୁ, କେମିତି ସରକାରୀ ଅର୍ଥକୁ ଆତ୍ମସାତ୍ କରି ବେଟିଂ ଆପରେ ଲଗାଉଥିଲେ ।

Advertisment

ବାୟା କରିଛି ଅନଲାଇନ୍ କ୍ରିକେଟ୍ ବେଟିଂ... ଯୁବ ସରକାରୀ ବାବୁଙ୍କୁ ଘାରିଛି ରାତାରାତି କୋଟିପତି ହେବାର ନିଶା...କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକର ତଳନାଗି ଓ ପୋଡ଼ାପଦର ପଂଚାୟତର ପୂର୍ବତନ ପିଇଓ ଦେବାନନ୍ଦ ସାଗର। ଆଉ ସେମିତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପିଇଓ କ୍ଷେତ୍ରମୋହନ ନାୟକ। ଦେବାନନ୍ଦଙ୍କ ଚାକିରିକୁ ପୂରିଥିଲା ମାତ୍ର ୮ ବର୍ଷ ଆଉ କ୍ଷେତ୍ରମୋହନଙ୍କ ଚାକିରିକୁ ଚାଲୁଥିଲା ୮ ମାସ। ହେଲେ ଉଭୟ ବାବୁଙ୍କ ଚାକିରି ଏବେ ମହାବିପଦରେ। ଫସିଛନ୍ତି ସରକାରୀ ଅର୍ଥ ହଡପ୍ କରି...ଅନଲାଇନ ବେଟିଂ ମାମଲାରେ ବନ୍ଧା ହୋଇଛନ୍ତି ଭିଜିଲାନ୍ସ ହାତରେ। କଳାହାଣ୍ଡିର ଦେବାନନ୍ଦ ସାଗର। ଭିଜିଲାନ୍ସ ତଥ୍ୟ କହୁଛି, ୨୦୧୮ରୁ ୨୦୨୨ ଯାଏଁ ତଳନାଗି ଓ ପୋଡ଼ାପଦର ପଂଚାୟତ ଦାୟିତ୍ବରେ ଥିଲେ। କିନ୍ତୁ ସରପଞ୍ଚଙ୍କ ଜାଲ୍ ଦସ୍ତଖତ କରି ସରକାରୀ ଟଙ୍କାକୁ ଚେକ୍ ମାଧ୍ୟମରେ ଓ ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ-PFMS ଜରିଆରେ ଆତ୍ମସାତ୍ କରୁଥିଲେ। 

ଅଧିକ ପଢ଼ନ୍ତୁ: କୋଠା, ଗାଡ଼ି ଥାଇ ବି 'ଗରିବ' ବ୍ଲକ ଅଧ୍ୟକ୍ଷା; ୪ ବର୍ଷ ହେଲା ନେଉଛନ୍ତି ରାସନ ଚାଉଳ

Advertisment

ତେଣୁ ୨୦୨୨ରେ ପଠାଇ ଦିଆଗଲା ଲାଞ୍ଜିଗଡ଼ ପାହାଡପଦର ପଞ୍ଚାୟତ। ପରେ ପୁଣି ଥୁଆମୂଳ ରାମପୁର ବ୍ଲକ ବଡ଼ ଛତ୍ରଙ୍ଗ ଓ ବିରିକୋଟ୍ ପିଇଓ ଦାୟିତ୍ବ ଦିଆଯାଇଥିଲା। ୨୦୨୩ରେ ୧ କୋଟି ୪ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ପଞ୍ଚାୟତିରାଜ ବିଭାଗ ନିଲମ୍ବନ କରିଥିଲା ଦେବାନନ୍ଦଙ୍କୁ। ତାହାରି ଭିତରେ ଦେବାନନ୍ଦଙ୍କ ନାଁରେ ଦୁଇଟି ପୃଥକ ମାମଲା ରୁଜୁ ସହ କୋରାପୁଟ ଭିଜିଲାନ୍ସର ଖୋଳତାଡ଼ ପରେ ଧରାପଡ଼ିଥିଲା ଅନଲାଇନ କ୍ରିକେଟ୍ ବେଟିଂ ପୋର୍ଟାଲ FAIRPLAYରେ ଯାଇଛି ୩ କୋଟି ୨୬ ଲକ୍ଷ ଟଙ୍କା। ଯେଉଁଥିରେ ଥିଲା ତଳନାଗି ପଂଚାୟତର ୧ କୋଟି ୭୧ ଲକ୍ଷ ୮୬ ହଜାର ଓ ପୋଡ଼ାପଦର ପଂଚାୟତର ୧ କୋଟି ୫୫ ଲକ୍ଷ ଟଙ୍କା। 

ଚାକିରି ପାଇବାର ମାତ୍ର ୮ ମାସ ଭିତରେ ଦରମା ପୁରୁଥିଲା କି ନାହିଁ କେଜାଣି, କ୍ଷେତ୍ରବାସୀ ନାୟକ ବି ମାତିଥିଲେ ଅନଲାଇନ ବେଟିଂ ଆପରେ। ସେ ବି ସରପଞ୍ଚଙ୍କ ଜାଲ୍ ଦସ୍ତଖତ ବଦଳରେ ପଞ୍ଚାୟତରୁ ଚୁନା ଲଗାଇଥିଲେ ୪୩ ଲକ୍ଷରୁ ଅଧିକ ସରକାରୀ ଟଙ୍କା। ହେଲେ ନା ଜାଣିପାରୁଥିଲେ ସରପଞ୍ଚ ନା ବିଡିଓ। କିନ୍ତୁ ଗତ ମାସରେ ଭତ୍ତା ବଣ୍ଟନରେ ବିଳମ୍ବ ହେବାରୁ ସାମ୍ନାକୁ ଆସିଥିଲା ସତ। ସେତେବେଳେ ପ୍ରାୟ ୩୮ ଲକ୍ଷ ଟଙ୍କା ହେରଫେର୍ ଥିବା ଜଣାପଡ଼ିଥିଲା। ଏ ସଂପର୍କରେ ବିଡିଓଙ୍କ ଅଭିଯୋଗ ପରେ ଏବଂ ଭିଜିଲାନ୍ସ ଖୋଳତାଡ଼ରୁ ଧରାପଡ଼ିଥିଲା ସବୁ ସତ। ସଂପୃକ୍ତ ପିଇଓ, ବାର୍ଦ୍ଧକ୍ୟ ଭତ୍ତା ଠାରୁ ଆରମ୍ଭ କରି ଯୋଗାଣ ବିଭାଗ ପାଇଁ ରହିଥିବା ସରକାରୀ ଅର୍ଥକୁ ଉଠାଇ ଅନଲାଇନ୍ ବେଟିଂରେ କରିଥିଲେ ବିନିଯୋଗ। ଶେଷରେ ବ୍ରହ୍ମପୁର ଭିଜିଲାନ୍ସ ପିଇଓ କ୍ଷେତ୍ରମୋହନଙ୍କୁ ଗିରଫ କରିଛି। 

Advertisment

ଅନଲାଇନ ବ୍ୟାଟିଂରେ ସରକାରୀ ଟଙ୍କାକୁ ସର୍ବସ୍ବାନ୍ତ କରି ଜଣେ ପିଇଓ ଓ ଜଣେ ପୂର୍ବତନ ପିଇଓ ଗିରଫ ହେବା ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା। ତେବେ କେମିତି ଚାଲେ ଏହି କ୍ରିକେଟ୍ ବେଟିଂ, କ୍ରିକେଟ ବେଟିଂର ପରିଣାମ କ’ଣ, ଶୁଣନ୍ତୁ ଆଇଟି ଏକ୍ସପର୍ଟଙ୍କ ମତ। 

ଅଧିକ ପଢ଼ନ୍ତୁ: ନବଦାସ ହତ୍ୟା ମାମଲା: ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ଜେରା

Vigilance Vigilance Raid Corruption PEO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ