• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କାରରୁ ମିଳିଲା ମୃତଦେହ । ଜଳି ଯାଇଥିବା କାରରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଘଟିଛି ମାଙ୍ଗାଲୁରୁ ତୁମାକୁରୁରେ । ଟଙ୍କା ପାଇଁ ଏପରି କାଣ୍ତ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ପୋଡ଼ି ଯାଇଥିବା କାର ଭିତରୁ ୩ ଜଣଙ୍କର ମୃତଦେହ ମିଳିବା ସାଧାରଣରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଏନେଇ ତୁମାକୁରୁ ପୋଲିସ ଅଧୀକ୍ଷକ ଅଶୋକ କେ.ଭି କହିଛନ୍ତି ଯେ, ପୋଲିସ ତଦନ୍ତ ଜାରି ରଖିଛି । ଅନୁସନ୍ଧାନକାରୀ ଦଳକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଖୁବ୍ ଶୀଘ୍ର ଏହା ପଛରେ ଥିବା ଗ୍ୟାଙ୍ଗକୁ ଧରାଯିବ ବୋଲି କହିଛନ୍ତି ପୋଲିସ ଅଧୀକ୍ଷକ । ଗତ ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟାଳୟ ତୁମାକୁରୁ ଉପକଣ୍ଠରେ ଥିବା କୁଚାଙ୍ଗି ଗାଁର ଏକ ହ୍ରଦ ନିକଟରୁ କାରଟି ମିଳିଛି । କାରଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ବେଳେ ଉକ୍ତ କାରରୁ ତିନୋଟି ମୃତଦେହ ମିଳିଛି ।

ପୋଲିସ ତଦନ୍ତରୁ ଜାଣିବାକୁ ମିଳିଛି ଯେ, ପୀଡିତମାନେ କର୍ଣ୍ଣାଟକର ମାଙ୍ଗାଲୁରୁର । ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ତ ଘଟିଥାଇପାରେ ବୋଲି ପୋଲିସ କହିଛି । ଫୋରେନସିକ୍ ରିପୋର୍ଟ ଅନୁସାରେ ଉକ୍ତ ତିନିଜଣଙ୍କୁ ଅନ୍ୟତ୍ର ହତ୍ୟା କରା ଯାଇଥାଇପାରେ । ପରେ ସେମାନେ ଶବଗୁଡ଼ିକୁ ତୁମାକୁରୁ ଆଣି ପୋଡି ଥିବେ ବୋଲି ପୋଲିସ ଅନୁମାନ କରୁଛି । ଘଟଣାରେ ଅତିକମରେ ୬ ଜଣଙ୍କର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି ।

ତିନିଜଣ ଚୋରି କରି ଆଣିଥିବା ଖଜଣାକୁ ହାତେଇବା ପାଇଁ ଅନ୍ୟ ତିନି ଜଣ ଏହି ହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।