Advertisment

କାର୍‌ ଭିତରେ ୩ ମୃତଦେହ; ସ୍ତ୍ରୀ-ଝିଅକୁ ଗୁଳି କରି ନିଜକୁ ବି ମାରିଦେଲା ସ୍ୱାମୀ !

ମୃତକଙ୍କ ଘର ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳରେ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Murder Case

Murder Case

ସ୍ତ୍ରୀ, ଝିଅକୁ ଗୁଳି କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ। କାର୍ ଭିତରୁ ମିଳିଲା ୩ ଜଣଙ୍କ ଗୁଳିବିଦ୍ଧ ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଲଖନପୁର ବାଣୀପାହାଡ଼ ନିକଟ ପଡ଼ିଆରେ। ଏହି ପଡିଆରେ ଏକ କାର ଭିତରୁ ଉଦ୍ଧାର କରାଯାଇଛି ସମସ୍ତଙ୍କ ମୃତଦେହ।

Advertisment

ମୃତକଙ୍କ ଘର ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳରେ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରି ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅଧିକ ପଢ଼ନ୍ତୁ: ଏକତରଫା ପ୍ରେମ ବିଫଳ; ମନା କଲା ବଡ଼ ଭଉଣୀ, ସାନ ଭଉଣୀକୁ ଗାଡି ଚଢାଇ ହତ୍ୟା ଉଦ୍ୟମ

Advertisment

ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି। କିନ୍ତୁ ମୃତକ ସୁଜିତ ରାୟ ନିଜ ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତାଙ୍କୁ ମୁଣ୍ତରେ ଗୁଳି କରି ପରେ ନିଜକୁ ବି ଗୁଳି କରିଥିବା କୁହାଯାଉଛି। ମୃତଦେହ ମିଳିଥିବା କାର୍‌ରେ ଗୁଳି ଦାଗ ବି ରହିଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପୋଲିସ ଅଭିଯୁକ୍ତ ସ୍ତ୍ରୀ-ଝିଅଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି। କାର୍‌ ଭିତରେ ଏକେ ବନ୍ଧୁକ ଜବତ କରିଛି ପୋଲିସ। ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

Murder Murder Case Crime In Odisha
Advertisment
Advertisment