Advertisment

ଫେସବୁକ୍‌ରେ ଲାଇଭ୍‌ ଆସି ଆତ୍ମହତ୍ୟା କଲେ ଇଞ୍ଜିନିୟରଙ୍କ ପତ୍ନୀ; କହିଲେ...

ଗତ କିଛିଦିନ ହେବ ମହିଳା ଜଣକ ଡିପ୍ରେସନରେ ଥିଲେ । ସେ ବିବାହ କରିବା ସହ ତାଙ୍କର ଏକ ତିନି ବର୍ଷର ପୁତ୍ର ସନ୍ତାନ ରହିଛି । ସଫ୍ଟୱେୟାର ଇଞ୍ଜିନିୟର ହେମନ୍ତ ପଟେଲଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ ସାନା ପଟେଲ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
29yr old techie streams suicide live on facebook blames hubby

29yr old techie streams suicide live on facebook blames hubby

ଫେସବୁକ୍‌ରେ ଲାଇଭ୍‌ ଆସି ଝୁଲିପଡ଼ିଲେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ପତ୍ନୀ । ଜଣେ ୨୯ ବର୍ଷୀୟ ମହିଳା ଫେସବୁକ୍‌ ଲାଇଭ୍‌ ଆସି ଆତ୍ମହତ୍ୟା କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଗତ ବୁଧବାର ରାତିରେ ଘଟିଛି । ବର୍ତ୍ତମାନ ମୃତ ଇଞ୍ଜିନିୟର ପତ୍ନୀଙ୍କ ଆତ୍ମହତ୍ୟାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

Advertisment

ସୂଚନା ମୁତାବକ ଗତ କିଛିଦିନ ହେବ ମହିଳା ଜଣକ ଡିପ୍ରେସନରେ ଥିଲେ । ସେ ବିବାହ କରିବା ସହ ତାଙ୍କର ଏକ ତିନି ବର୍ଷର ପୁତ୍ର ସନ୍ତାନ ରହିଛି । ସଫ୍ଟୱେୟାର ଇଞ୍ଜିନିୟର ହେମନ୍ତ ପଟେଲଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ ସାନା ପଟେଲ ।

ବିବାହ ପରେ ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲା । ହେଲେ ହେମାନ୍ତ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ । ଫଳରେ ଯାହାକୁ ନେଇ ସାନା ଉଦାସୀନତା ରହୁଥିଲେ । ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ମଧ୍ୟ ହେଉଥିଲା ।

Advertisment

ହେଲେ ମଙ୍ଗଳବାର ଦିନ ହେମନ୍ତ ସାନାଙ୍କୁ ଡାକି କୌଣସି କାରଣକୁ ନେଇ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ସାନା ଆତ୍ମହତ୍ୟା କରିବା ସହ ଶାଶୁଘର ପରିବାର ଉପରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ ସେ କହିଛନ୍ତି, ହେମନ୍ତ ସାନାଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ହଇରାଣ କରାଯାଉଥିଲା ।

ଯାହାକୁ ନେଇ ପୋଲିସ ତଦନ୍ତ କରିବା ସହ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆଇପିସି ଧାରା ୩୦୬ ଏବଂ ୪୯୮-ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।

Facebook
Advertisment
Advertisment