Advertisment

କିଭଳି ମାନସିକତା ! ଚାକିରି ଖୋଜୁଥିଲେ ଯୁବକ, ନ୍ୟୁଡ୍‌ ଭିଡିଓ କଲ୍ ଆରମ୍ଭ କଲେ..

ଏଭଳି କରିବା ଦ୍ୱାରା ତାକୁ ମାନସିକ ଶାନ୍ତି ମିଳୁଥିଲା ବୋଲି ସଂପୃକ୍ତ ଯୁବକ ପଚରାଉଚରା ବେଳେ ପୋଲିସକୁ କହିଛି।

ଅଦ୍ୟତନ ହୋଇଛି
Flipkart Delivery Boy Arrested As He Made Obscene Video Calls To Women

Nude Video Call

Advertisment

୪୦ ମହିଳାଙ୍କୁ ଅଶ୍ଲିଳ ଭିଡିଓ କଲ କରି ଗିରଫ ହେଲା ଫ୍ଲିପ୍‌କାର୍ଟ ଡେଲିଭରୀ ବଏ । ଏଭଳି ଏକ ଖବର ସାମ୍ନାକୁ ଆସିଛି ପୁଣେରୁ । ଜଣେ ୩୫ ବର୍ଷିୟ ମହିଳା ଏନେଇ ଥାନାରେ ଅଭଯୋଗ କରିବା ପରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିଥିଲା । ଏହି ଯୁବକ ଜଣକ ହେଲେ, ୨୭ ବର୍ଷିୟ ଜ୍ୟୋତିରାମ ବାବୁରାଓ ମାନ୍‌ସୁଲେ । ଅଭିଯୋଗ କରିଥିବା ମହିଳା ଜଣକ ଗତମାସରେ ଏକ ନ୍ୟୁଡ୍‌ ଭିଡିଓ କଲ ରିସିଭ କରିଥିଲେ । ଏହାପରେ ମାନସୁଲେ ମହିଳାଙ୍କୁ ଟେକ୍ସଟ୍‌ ମେସେଜ୍‌ ବି କରିଥିଲା । ପୋଲିସ ଘଟଣାର ତଦନ୍ତ କରି ଯୁବକକୁ ଗିରଫ କରିଛି ।

Advertisment

ପୋଲିସର କହିବାନୁଯାୟୀ ଜ୍ୟୋତିରାମ ବାବୁରାଓ ମାନ୍‌ସୁଲେ ଜଣେ ସ୍କୁଲ ଡ୍ରପ୍‌ ଆଉଟ୍‌ । ଏବେ ସେ ଫ୍ଲିପ୍‌କାର୍ଟ ଡେଲିଭରୀ ବୟ ଭାବେ କାମ କରୁଛି । ତାର ବାପା-ମାଆ ଚାଲିଗଲା ପରେ ସେ ଓ ତା’ଭାଇ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜର ଗାଁ ଛାଡ଼ି ପୁଣେକୁ ସ୍ଥାନାନ୍ତର ହୋଇଥିଳେ ।

ଅଧିକ ପଢ଼ନ୍ତୁ: ବିଧାୟକଙ୍କ ମୋବାଇଲ୍‌କୁ ଆସିଲା ନ୍ୟୁଡ୍‌ ଭିଡିଓ କଲ୍‌, କିଏ କରିଥିଲା ଜାଣିଲେ ହେବେ ତାଜୁବ୍

Advertisment

ଏହାରି ଭିତରେ ମାନସୁଲେ ଇଣ୍ଟରନେଟ୍‌ରେ ନିଜ ପାଇଁ ଚାକିରି ମଧ୍ୟ ଖୋଜୁଥିଲା । ଏମିତି ଖୋଜୁ ଖୋଜୁ ସେ ଏକ ଫେସ୍‌ବୁକ୍‌ ଗ୍ରୁପ୍ ପାଇଥିଲା । ଯେଉଁଥିରେ ତା’ଭଳି ଅନେକ ବେକାରୀ ଯୁବକ ଯୁବତୀ ଥିଲେ । ଆଉ ଚାକିରି ସନ୍ଧାନ କରୁଥିଲେ । ସେଥିରୁ ସେ ଜାଣିବାକୁ ପାଇଥିଲା ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ ବିଷୟରେ । ଯେଉଁଥିରେ ଯୁବକ ଯୁବତୀ ରହିଛନ୍ତି । ସେମାନେ ମଧ୍ୟ ଚାକିରି ଅନୁସନ୍ଧାନରେ ଥାନ୍ତି ।

Advertisment

ସେହି ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ଯୋଡ଼ି ହେବା ପରେ ମାନସୁଲେ ଦେଖାଇଥିଲା ତା’ର ପ୍ରକୃତ ଚରିତ୍ର । ଗ୍ରୁପ୍‌ରେ ଥିବା ମହିଳାଙ୍କୁ ସେ ନ୍ୟୁଡ୍‌ ଭିଡିଓ କଲ କରିବା ଆରମ୍ଭ କରିଥିଲା । ଫଟୋ ଦେଖି ଯେଉଁ ନମ୍ବରଟି ମହିଳାଙ୍କର ବୋଲି ସେ ଜାଣିପାରୁଥିଲା, ସେହିମାନଙ୍କୁ ସେ ନ୍ୟୁଡ୍‌ ଭିଡିଓ କଲ କରୁଥିଲା । ପାଖାପାଖି ଏଭଳି ୪୦ ଜଣ ମହିଳାଙ୍କୁ ନ୍ୟୁଡ୍‌ ଭିଡିଓ କଲ କରିଥିବା ପୋଲିସ କହିଛି । 

ତାକୁ ଗିରଫ କରିବା ପରେ ପୋଲିସ ପ୍ରଥମେ ତାର ମୋବାଇଲ ଜବତ କରିଥିଲା । ମୋବାଇଲରୁ ତା’ର ସବୁ କଳା କାରନାମା ସାମ୍ନାକୁ ଆସିଥିଲା । ତେବେ ଏଭଳି କରିବା ଦ୍ୱାରା ତାକୁ ଖୁସି ମିଳୁଥିଲା ବୋଲି ପଚରାଉଚରା ବେଳେ ସେ ପୋଲିସକୁ କହିଛି ।

Viral Video Delivery Boy Video Call Nude Video Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ