Advertisment

ଛତ୍ରବଜାରରୁ ଟମାଟୋ ନେଇ ଗ୍ରାହକ ଛୁ, ବନ୍ଧକ ପଡ଼ିଲେ ଦୁଇ ନାବାଳକ !

ଗାଡ଼ିରେ ଟମାଟୋ ରଖି ଆସୁଛି, ଆଉ ୧୦ କିଲୋ ନେବି ବୋଲି କହି ୨ କିଲୋ ଟମାଟୋ ଧରି ଖସିଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଇ ଘଣ୍ଟା ପରେ ବି ସେ ନଆସିବାରୁ ସନ୍ଦେହ ବଢ଼ିଥିଲା ଟମାଟୋ ବ୍ୟବସାୟୀଙ୍କର।

author-image
Chandan Shishu
ଅଦ୍ୟତନ ହୋଇଛି
2 minors detained for tomato in cuttack

2 minors detained for tomato in cuttack

ଟମାଟୋ ପାଇଁ ବନ୍ଧକ ପଡ଼ିଲେ ଦୁଇ ନାବାଳକ। ୨ ପିଲାଙ୍କୁ ଟମାଟୋ ଦୋକାନରେ ବସାଇ ଟମାଟୋ ନେଇ ଖସିଗଲେ ଜଣେ ଗ୍ରାହକ। ଘଟଣା ଘଟିଛି କଟକ ଛତ୍ରବଜାର ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଟମାଟୋ କିଣିବାକୁ ଆସି ଦୁଇଟି ଭିନ୍ନ ଭିନ୍ନ ଦୋକାନୀଙ୍କ ସହ କଥାବାର୍ତ୍ତା କରିଥିଲେ। ତା’ସହ ସାଙ୍ଗରେ ଆଣିଥିବା ଦୁଇ ନାବାଳକଙ୍କୁ ବସାଇ ଟମାଟୋ କିଣିଥିଲେ।

Advertisment

ପରେ ଗାଡ଼ିରେ ଟମାଟୋ ରଖି ଆସୁଛି, ଆଉ ୧୦ କିଲୋ ନେବି ବୋଲି କହି ୨ କିଲୋ ଟମାଟୋ ଧରି ଖସିଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଇ ଘଣ୍ଟା ପରେ ବି ସେ ନଆସିବାରୁ ସନ୍ଦେହ ବଢ଼ିଥିଲା ଟମାଟୋ ବ୍ୟବସାୟୀଙ୍କର। ଏହାପରେ ସାଙ୍ଗରେ ଆସିଥିବା ୨ ପିଲାଙ୍କୁ ଧରି ପଚରାଉଚରା କରିଥିଲେ ବ୍ୟବସାୟୀ।

ପଚରାଉଚରାରୁ ଜଣାପଡ଼ିଥିଲା, ଏକ ଫ୍ରିଜ୍ ଲୋଡିଂ ପାଇଁ ମଜୁରୀ ବାବଦକୁ ୩ଶହ ଟଙ୍କା ଦେବି କହି ୨ ନାବାଳକଙ୍କୁ ସାଙ୍ଗରେ ଆଣିଥିଲେ। ନାବାଳକ ମାନେ ସେହି ବ୍ୟକ୍ତିଙ୍କୁ ଜାଣିନଥିବା କିମ୍ବା ଚିହ୍ନିନଥିବା କହିଛନ୍ତି। ତେବେ କିଏ ସେହି ବ୍ୟକ୍ତି ? ଏଭଳି ଭାବେ ଟମାଟୋ ନେଇଯିବା ପଛର ବାସ୍ତବ କାରଣ କ’ଣ ? କାହିଁକି ଆଉ ସେ ଫେରିଲେନି ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Advertisment
Minor Boys
Advertisment
Advertisment