Advertisment

୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ

୨୦୧୭ରେ ଶରଣକୂଳ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଘଟିଥିଲା। ଏହାର ଏକ ଭିଡ଼ିଓ ଭାଇରାଲ୍ ହେବା ପରେ ପରିବାର ଲୋକେ ଏପ୍ରିଲ ୨ରେ ଶରଣକୂଳଥାନାରେ ଏତଲା ଦେଇଥିଲେ।

author-image
Chandan Shishu
୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ

Court order

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅଞ୍ଚଳରେ ସଂଘଟିତ ଏକ ଗଣଦୁଷ୍କର୍ମ ମାମଲାରେ ୨ ନାବାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ରାୟ ଦେଇଛନ୍ତି କୋର୍ଟ। ଘଟଣାରେ ସଂପୃକ୍ତ ଉଭୟ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ ଜେଲଦଣ୍ଡାଦେଶ ଦେଇଛନ୍ତି ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟର ସ୍ୱତନ୍ତ୍ର ବିଚାରପତି। ତାସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ବି ଦେଇଛନ୍ତି।

Advertisment

୨୦ ଫେବ୍ରୁୟାରୀ, ୨୦୧୭ରେ ଶରଣକୂଳ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଘଟିଥିଲା। ଏହାର ଏକ ଭିଡ଼ିଓ ଭାଇରାଲ୍ ହେବା ପରେ ପରିବାର ଲୋକେ ଏପ୍ରିଲ ୨ରେ ଶରଣକୂଳଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ବ୍ରହ୍ମପୁର ବାଲ୍ ସ୍ୱଧାର ଗୃହକୁ ପଠାଇ ଦିଆଯାଇଥିଲା। 

ଏହି ମାମଲାର ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଚିଲଡ୍ରେନ କୋର୍ଟର ସ୍ୱତନ୍ତ୍ର ବିଚାରପତି। ଏବେ ଏମାନେ ସାବାଳକ ହୋଇଥିବାରୁ ଉଭୟ ଅଭିଯୁକ୍ତ ସାଧାରଣ ଜେଲ୍‌ରେ ରହିବେ। 

Advertisment
Sexual Harassment Odisha News Odisha Police Gang Rape
Advertisment
Advertisment