Advertisment

ପିସି କାରବାର ଘଟଣାରେ ୨ ଜେଇ ସସ୍‌ପେଣ୍ଡ

କମ୍ୟୁନିଟି ସେଣ୍ଟରର ପ୍ରକଳ୍ପ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା। ସେଥିରୁ କିଏ କେତେ ନେବେ, ଠିକାଦାରଙ୍କୁ ଘରକୁ ଡାକି ତାରି ତାଲିକା ଦେବା ବେଳେ, ସେ ହିଁ ଏହି ଭିଡିଓ ରେକର୍ଡ କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
 ପିସି କାରବାର ଘଟଣାରେ ୨ ଜେଇ ସସ୍‌ପେଣ୍ଡ

PC Viral video

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ପିସି କାରବାର ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ସିନାପାଲି ବ୍ଲକ JE ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁଙ୍କୁ ସସପେଣ୍ଡ୍ କରାଯାଇଛି। ୨ କନିଷ୍ଠ ଯନ୍ତ୍ରୀ ସସପେଣ୍ଡ୍ ନେଇ ପିଡି ଡିଆରଡିଏଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପିସି କାରବାର ନେଇ ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଲ୍ ପାସ୍ ପାଇଁ ଟଙ୍କା ନେବା ଭିଡିଓ ସହ ଅଡିଓ OTVରେ ପ୍ରସାରଣ ହୋଇଥିଲା।

Advertisment

ଅଭିଯୋଗ ଅନୁସାରେ, ସିନାପାଲି ବ୍ଲକ୍‌ର କାପସି ଡଙ୍ଗରୀପଡ଼ାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏକ କମ୍ୟୁନିଟି ସେଣ୍ଟର ତିଆରି ହୋଇଛି।ପ୍ରକଳ୍ପ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା। ସେଥିରୁ କିଏ କେତେ ନେବେ, ଠିକାଦାର ଗୋପୀନାଥ ହଂସଙ୍କୁ ଘରକୁ ଡାକି ତାରି ତାଲିକା ଦେବା ବେଳେ, ସେ ହିଁ ଏହି ଭିଡିଓ ରେକର୍ଡ କରିଥିଲେ। 

ଜେଇ ଉପେନ୍ଦ୍ର ତିହାଡ଼ିଙ୍କ ଘରେ ଏହି ବୈଠକ ବସିଥିଲା ଏବଂ ସେଠାରେ ରେଟ୍ ଚାର୍ଟ ବଖାଣିଥିଲେ। ଆଉ ଜଣେ ଜେଇ ନାରାୟଣ ସାହୁ କାଲ୍‌କୁଲେଟରରେ ହିସାବକିତାବ ପରେ ଟଙ୍କା ଭାଗବଣ୍ଟା ବି ହୋଇଥିଲା। ଯାହାର ଭିଡ଼ିଓ ସାମ୍ନାକୁ ଆସିବା ସହ ଭାଇରାଲ୍ ହୋଇଥିଲା।  

Advertisment
Odisha News Odisha Government Viral Video Odishatv
Advertisment
Advertisment