Advertisment

ଭୁବନେଶ୍ୱର ପ୍ରେସ୍‌ଛକ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ଜାଣନ୍ତୁ ପୁରା ଘଟଣା

ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Crime

Crime

ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ହତ୍ୟା ମାମଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣଙ୍କୁ ଅଟକ ରଖିଛି ସହିଦ ନଗର ପୋଲିସ । ଏହି ତିନି ଜଣ ହେଉଛନ୍ତି, ମିଲୁ, ସତ୍ୟ ଏବଂ ଜିତେନ୍ଦ୍ର । ଏମାନଙ୍କଠାରୁ ହତ୍ୟାରେ ବ୍ୟବହୃତ କରିଥିବା ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ପୋଲିସ୍ । ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି ।

Advertisment

ଶନିବାର ପ୍ରେସ ଛକ ନିକଟରେ ଏକ କେକ୍ ଦୋକାନରେ ନିରଞ୍ଜନ ପରିଡ଼ା ଓ ବିଶାଳ ପାତ୍ରଙ୍କ ସହିତ ୬ ଅଭିଯୁକ୍ତଙ୍କର ବଚସା ହୋଇଥିଲା। କମେଣ୍ଟ ମରାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ବୋଲି କୁହାଯାଉଛି। ଏଥିରେ ନିରଞ୍ଜନ ପରିଡ଼ାଙ୍କର ମୃତ୍ୟୁ ହୋଇଥିବା ବେଳେ ବିଶାଳ ପାତ୍ର ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ କେବଳ ସେହି ଘଟଣା ନା ପୂର୍ବରୁ ଥିବା ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି, ସେନେଇ କିଛି ସ୍ପଷ୍ଟ ହୋଇନି।

ପୋଲିସ୍ ଏ ସଂପର୍କରେ ଜାଣିବା ପାଇଁ ଗିରଫ ଓ ଅଟକ ଅଭିଯୁକ୍ତମାନଙ୍କୁ ଜେରା କରୁଥିବା ଜଣାପଡ଼ିଛି। ଏହା ସହିତ ଆହତ ହୋଇ ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବିଶାଳ ପାତ୍ରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି। ସେହିପରି କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ପୋଲିସ୍ ପଚରାଉଚରା କରିଛି।

Advertisment

ଛୁରାମାଡ଼ରେ ମୃତ୍ୟୁବରଣ କରିଥିବା ନିରଞ୍ଜନ ପରିଡ଼ା ଗାଡ଼କଣ ଅଞ୍ଚଳର ବାସିନ୍ଦା ଥିଲେ। ନିରଞ୍ଜନଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଡ଼କଣା ଅଞ୍ଚଳର ଲୋକେ ରାସ୍ତାରୋକ କରିଥିଲେ ଓ ପୋଲିସ୍ ଉପରେ ଚାପ ପଡ଼ିଥିଲା। ପୋଲିସ୍ ଗତକାଲି ରାତିରେ ହିଁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଧରିବା ଲାଗି ଅଭିଯାନ ଆରମ୍ଭ କରିଥିଲା।

Murder Crime
Advertisment
Advertisment