/odishatv-khabar/media/post_attachments/uploadimage/library/16_9/16_9_0/Cyber_Loot_1720687914.jpg)
Cyber Loot
ରାଜ୍ୟରେ ବଢିଚାଲିଛି ସାଇବର୍ ଠକେଇ । ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍ ଚଳାଇଛନ୍ତି । ଫୋନ୍ କଲ୍, SMS, ହ୍ୱାଟସ୍ ଆପ୍ ମାଧ୍ୟମରେ ଲୋଭନୀୟ ଅଫର ଦିଆଯାଉଛି । କାହାକୁ ଲଟେରୀ, କାହାକୁ ଗାଡ଼ି ତ ଆଉ କାହାକୁ ସହଜରେ ଋଣ କରିଦେବାକୁ ଆସୁଛି ଅଫର୍ । ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଛନ୍ତି ସାଧାରଣ ଜନତା । କିଛି ଏହାକୁ ଅଣଦେଖା କରୁଛନ୍ତି, ଆଉ କିଛି ଲୁଟେରାଙ୍କ କଥାରେ ପଡ଼ି ସର୍ବସ୍ୱାନ୍ତ ହେଉଛନ୍ତି। ନିରୀହ ଉପଭୋକ୍ତା ସାଇବର ଲୁଟର ଶିକାର ହେବା ପରେ ସାଇବର ଥାନାରେ ଦ୍ୱାରସ୍ଥ ହେଉଛନ୍ତି।
୨୦୨୪ ଜାନୁଆରୀରୁ ଜୁନ୍, ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି । ଏଥିମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି । ଏସବୁ ମାମଲାରେ ମୋଟ ୩୬ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ ।
ଏହି ସାଇବର ଅପରାଧ ଘଟଣାର ତଦନ୍ତ ବେଳେ ବିଭିନ୍ନ ଆକାଉଣ୍ଟରେ ୯ କୋଟି ୫୦ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ଠକେଇର ଶିକାର ହୋଇଥିବା ଲୋକମାନେ ମୋଟ ୪୬ ଲକ୍ଷ ଟଙ୍କା ଫେରିପାଇଲେଣି । ସାଇବର ଠକେଇ ମାମଲା ମଧ୍ୟରୁ ଅଧିକାଂଶ ୟୁପିଆଇ ଠକେଇ, ସୋସିଆଲ ମିଡିଆ ଠକେଇ, ପାର୍ସଲ ଜନିତ ଠକେଇ ଏବଂ ସିମ୍ KYC ନେଇ ମେସେଜ୍ ଦେବା ସଂପର୍କିତ ଠକେଇ ରହିଛି ।
ସାଇବର ଅପରାଧର ତଦନ୍ତ କରି କମିଶନରେଟ୍ ପୋଲିସ ଏ ପର୍ଯ୍ୟନ୍ତ ୨୧ ଜଣ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଏମାନଙ୍କ ମଧ୍ୟରେ ୫ ଜଣ ଆନ୍ତଃରାଜ୍ୟ ସାଇବର ଠକ୍ ରହିଛନ୍ତି ।
#୬_ମାସରେ_୩୬_କୋଟି_ଲୁଟ୍
ରାଜଧାନୀରେ ୬ ମାସରେ ୩୬ କୋଟି ଲୁଟିଛନ୍ତି ସାଇବର ଲୁଟେରା । ଜାନୁଆରୀରୁ ଜୁନ୍ ମଧ୍ୟରେ ଲୁଟ୍ ନେଇ ସିପି ସଞ୍ଜୀବ ପଣ୍ଡାଙ୍କ ସୂଚନା । ୨୩୯୪ ଅପରାଧଜନିତ ରିପୋର୍ଟରୁ ୧୧୦ ମାମଲା ଥାନାରେ ପଞ୍ଜୀକୃତ ।#Police#Odisha#OTVpic.twitter.com/ZCSdokY6Bt— ଓଟିଭି (@otvkhabar) July 11, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)