• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୩ ମହଲା ଉପରୁ ଡେଇଁ ପଡ଼ିଲା ୧୮ ବର୍ଷର ଝିଅ । ପୂର୍ବ ଦିଲ୍ଲୀ ମଧୁ ବିହାରରେ ରବିବାର ଦିନ ଏଭଳି ଘଟଣା ଘଟିଛି । ପୋଲିସର କହିବାନୁଯାୟୀ, ଝିଅର ବାପା ପିସିଆର୍‌କୁ କଲ୍ କରି ଡକାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଜଣେ ପୁଅ ସାଙ୍ଗ ସହ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଝିଅଟି ଏଭଳି ବଡ଼ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ତଦନ୍ତ ବେଳେ ଆଖପାଖର କିଛି ଲୋକ ତଥା ପଡ଼େଶୀଙ୍କ ବୟାନ୍ ରେକର୍ଡ ମଧ୍ୟ କରିଛି ପୋଲିସ । ମୃତ ଝିଅର ବାପା ଜଣେ ବ୍ୟବସାୟୀ ବୋଲି ପୋଲିସ କହିଛି । 

ଅଧିକ ପଢ଼ନ୍ତୁ: ବାପା ଛଡେଇନେଲେ ଫୋନ୍, ୧୭ ମହଲାରୁ ଡେଇଁଲା ପୁଅ; ଦେଖନ୍ତୁ ଭିଡିଓ…

ମୃତ ଛାତ୍ରୀଙ୍କ ନାଁ ହେଉଛି ହର୍ସିତା । ସେ ନବମ ଶ୍ରେଣୀରେ ପଢ଼ୁଥିଲେ । ଘରର ତିନି ମହଲା ଉପରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି । ହର୍ସିତାଙ୍କ ବାପାଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ହର୍ସିତାଙ୍କ ମୃତଦେହକୁ ହସ୍ପିଟାଲରେ ସଂରକ୍ଷିତ କରି ରଖାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

ପୋଲିସ ଏହା ମଧ୍ୟ କହିଛି ଯେ, ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।