Advertisment

ଝିଅକୁ ଯୌନ ଶୋଷଣ କରୁଥିଲା ବାପା; ବେକରେ ରଶି ଲଗାଇ ଝୁଲିପଡ଼ିଲା ନାବାଳିକା

ନାବାଳିକା ଜଣକ ପୂର୍ବରୁ ଏନେଇ ତାଙ୍କ ମା’ଙ୍କୁ କହିଥିଲେ । ହେଲେ ତାଙ୍କ ମା’ ଏ ବିଷୟରେ ବେଶି କିଛି ଆଲୋଚନା ନକରିବା ସହ କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
14-year-old hangs self to death in Palghar

14-year-old hangs self to death in Palghar

ଝିଅ ଉପରେ ଥିଲା ବାପାର ଖରାପ ନଜର । ସବୁବେଳେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ଯୌନ ରାକ୍ଷସ ବାପା। ନାବାଳିକା ଝିଅକୁ ବାପା ଦେଉଥିଲା ଯୌନ ନିର୍ଯାତନା । ବାପାର ନିର୍ଯାତନା ସହି ନପାରି ଶେଷରେ ବେକରେ ଦୌଡ଼ିଦେଇ ଆତ୍ମହତ୍ୟା କଲା ଝିଅ ।

Advertisment

୧୪ ବର୍ଷର ଝିଅ ଉପରେ ଏପରି ନିର୍ଯାତନା ହୋଇଥିବା ନେଇ ପୋଲିସ କହିଛି । ସୂଚନା ମୁତାବକ ନାବାଳିକା ଜଣକ ପୂର୍ବରୁ ଏନେଇ ତାଙ୍କ ମା’ଙ୍କୁ କହିଥିଲେ । ହେଲେ ତାଙ୍କ ମା’ ଏ ବିଷୟରେ ବେଶି କିଛି ଆଲୋଚନା ନକରିବା ସହ କୌଣସି ପଦକ୍ଷେପ ନେଇନଥିଲେ । ଫଳରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଏପରି ଏକ ଘଟଣା ମହାରାଷ୍ଟ୍ର ପାଲଘର ଜିଲ୍ଲା ଭାସାଇ ତାଲୁକାରେ ଘଟିଛି । ଜଣେ ୧୪ ବର୍ଷର ବାଳିକା ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ଜଣେ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆତ୍ମହତ୍ୟା ସ୍ଥାନରୁ ଏକ ସୁଇସାଡ୍ ନୋଟ୍‌ ଜବତ କରାଯାଇଛି ।

Advertisment

ସୁଇସାଡ୍ ନୋଟ୍‌ରେ ସେ ତାଙ୍କ ବାପାଙ୍କୁ ନେଇ ଅଭିଯୋଗ ଆଣିଛନ୍ତି । ମୃତ ନାବାଳିକାଙ୍କ ବାପା ତାଙ୍କୁ ଯୌନ ଶୋଷଣ କରୁଥିଲେ । ଘଟଣାସ୍ଥଳରୁ ଶବ ଜବତ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣାରେ ଏକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।

Crime Suicide Father
Advertisment
Advertisment